ପାକ୍‌ ପ୍ରଧାନମନ୍ତ୍ରୀଙ୍କ ବିମାନରେ ବୈଷୟିକ ତ୍ରୁଟି: ଅଧା ଉଡ଼ାଣରୁ ନ୍ୟୁୟର୍କ ଫେରିଲା

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଇସ୍‌ଲାମବାଦ୍‌ ଫେରୁଥିବା ବିମାନରେ ବୈଷୟିକ ତ୍ରୁଟି ଦେଖାଯିବାରୁ ନ୍ୟୁୟର୍କରେ ବିମାନଟି ଜରୁରୀକାଳୀନ ଅବତରଣ କରିଛି।

ପାକିସ୍ତାନ ଟିଭି ଚ୍ୟାନେଲ୍‌ ଜିଓ ଟିଭି ପକ୍ଷରୁ ପ୍ରକାାିତ ରିପୋର୍ଟ ଅନୁସାରେ ଶନିବାର ଇମ୍ରାନ ଖାନ ଓ ପାକିସ୍ତାନର ପ୍ରତିନିଧିଙ୍କୁ ନେଇ ଇସ୍‌ଲାମବାଦ୍‌ ଫେରୁଥିବା ବିମାନରେ ମଝି ଆକାଶରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଏହା ନ୍ୟୁୟର୍କକୁ ଫେରି ଆସିଥିଲା।

ଏଥିପାଇଁ ଇମ୍ରାନ ଖାନଙ୍କୁ ନ୍ୟିୟର୍କରେ ରାତ୍ରୀଯାପନ କରିବାକୁ ପଡ଼ିବ ଓ ବିମାନର ତ୍ରୁଟି ସଜଡ଼ା ଯିବା ପରେ ସେ ଇସ୍‌ଲାମବାଦ୍‌ ଫେରିବେ।

ଉଲ୍ଲେଖଯୋଗ୍ୟ କି ଜାତିସଂଘର ସାଧାରଣ ପରିଷଦ ଅଧିବେଶନରେ ଯୋଗ ଦେବା ଲାଗି ଆମେରିକା ଯାଇଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରାୟ ୧ ସପ୍ତାହ ପରେ ସ୍ୱଦେଶ ଫେରୁଥିଲେ।

ସମ୍ବନ୍ଧିତ ଖବର