ଇସଲାମାବାଦ: ଇମ୍ରାନ୍ ଖାନ୍ଙ୍କ ସାବତ ପୁଅ ମୁସା ମାନେକାଙ୍କୁ ପୁଲିସ ମଦ ରଖିବା ଅଭିଯୋଗରେ ଗିରଫ କରିଥିବା ବେଳେ ଏହି ମାମଲା ଏବେ ପାକିସ୍ତାନରେ ଚର୍ଚ୍ଚାରେ ରହିଛି। ଗିରଫ ହେବାବେଳେ ମୁସା ତାଙ୍କର ମାଆ ତଥା ପ୍ରଥମ ମହିଳା (ଫାଷ୍ଟ ଲେଡି) ବୁଶ୍ରା ବିବିଙ୍କ ନାଁ କହି ଅଧିକାରୀମାନଙ୍କୁ ଧମକାଇଥିଲେ। ସୂଚନାଯୋଗ୍ୟ, ସୋମବାର ଗଦ୍ଦାଫି ଷ୍ଟାଡିୟମ୍ ନିକଟରେ ଇମ୍ରାନ୍ଙ୍କ ସାବତ ପୁଅ ତଥା ଇମ୍ରାନ୍ଙ୍କ ପତ୍ନୀ ବୁଶ୍ରା ବିବିଙ୍କ ପ୍ରଥମ ବିବାହରୁ ଜନ୍ମିତ ମୁସା ମାନେକାଙ୍କ କାର୍କୁ ପୁଲିସ ଅଟକାଇଥିଲା। କାର୍ରୁ ମଦ ବାହାରିବାରୁ ପୁଲିସ ସେହି ମଦକୁ ଜବତ କରିବା ସହ କାର୍ରେ ବସିଥିବା ମାନେକା ଓ ତାଙ୍କର ଦୁଇଜଣ ସାଙ୍ଗଙ୍କୁ ଗିରଫ କରିଥିଲା। ସେହିଦିନ ହିଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ କ୍ରମେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଥିଲା । ଜଣେ ପୁଲିସ କର୍ମଚାରୀଙ୍କ କହିବା ଅନୁସାରେ ଯେତେବେଳେ ମୁସାଙ୍କୁ ଗିରଫ କରାଗଲା, ସେ ଗର୍ଜନ କରିଉଠିଥିଲେ: ମୁଁ ପାକିସ୍ତାନର ପ୍ରଥମ ମହିଳାଙ୍କ ପୁଅ । ମୋତେ ଗିରଫ କଲେ କିଛି ଭଲ ହେବ ନାହିଁ। ଏହାର ଭୟଙ୍କର ପରିଣାମ ଭୋଗିବ।
ମଦ ରଖିଥିବାରୁ ଇମ୍ରାନ୍ ଖାନ୍ଙ୍କ ସାବତ ପୁଅ ଗିରଫ
/sambad/media/post_attachments/wp-content/uploads/2022/02/46f5h654shf65fhfhhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)