ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ବାସ୍ତବରେ ସେ ଲାହୋରରେ ଆୟୋଜିତ ଏକ ରାଲିରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ଭିଡିଓ ଦେଖାଇ ଭାରତକୁ ପ୍ରଶଂସା କରିଥିଲେ। ଆମେରିକାର ଚାପ ସତ୍ତ୍ୱେ ଋଷରୁ ଶସ୍ତା ତେଲ କିଣିବା ନିଷ୍ପତ୍ତିକୁ ନେଇ ସେ ଭାରତକୁ ପ୍ରଶଂସା କରିଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ ଯଦି ପାକିସ୍ତାନ ସହିତ ସ୍ୱାଧୀନତା ପାଇଥିବା ଭାରତ ତା’ର ଆବଶ୍ୟକତା ଅନୁଯାୟୀ ନିଜର ବୈଦେଶିକ ନୀତି ପ୍ରସ୍ତୁତ କରିପାରିବ, ତେବେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସରକାର କାହିଁକି ଏଭଳି କରୁନାହାନ୍ତି?
ଇମ୍ରାନ ଖାନ ଏହି ସଭାରେ କହିଛନ୍ତି ଯେ ଏହା ହେଉଛି ଏମିତି ଏକ ଭିଡିଓ, ଯାହା ଅନେକ ଗଣମାଧ୍ୟମ ଦ୍ୱାରା ସେୟାର କରାଯାଇଥିଲା। ଏହି ରାଲିରେ ଇମ୍ରାନ, ଭିଡିଓକୁ ସମସ୍ତଙ୍କୁ ଦେଖାଇ କହିଥିଲେ ଯେ ଋଷରୁ ତେଲ ନ କିଣିବାକୁ ଆମେରିକା ଭାରତକୁ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ଆପଣ ଶୁଣନ୍ତୁ ଯେ ଭାରତର ବୈଦେଶିକ ମନ୍ତ୍ରୀ କିପରି ଆମେରିକାକୁ ଜବାବ ଦେଇଥିଲେ | ଏହି ଭିଡିଓରେ ଜୟଶଙ୍କର ସେମାନଙ୍କୁ କହିଥିଲେ ଯେ ତୁମେମାନେ କିଏ? ଜୟଶଙ୍କର କହିଥିଲେ ଯେ ୟୁରୋପ ଋଷରୁ ଗ୍ୟାସ କିଣୁଛି ଏବଂ ଆମେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଏହାକୁ କିଣିବୁ।
ଭାରତ ଏକ ସ୍ୱାଧୀନ ଦେଶ | ଏଥିସହ ସେ ଆମେରିକାର ଚାପ ଯୋଗୁଁ ଶାହାବାଜ ସରିଫ ସରକାର ଋଷରୁ ତେଲ ନ କିଣିବାକୁ ନେଇ ସମାଲୋଚନା କରିଛନ୍ତି। ଇମ୍ରାନ କହିଛନ୍ତି, "ଶସ୍ତା ତେଲ କିଣିବା ବିଷୟରେ ଆମେ ଋଷ ସହ କଥା ହୋଇଥିଲୁ କିନ୍ତୁ ଆମେରିକାର ନିର୍ଦ୍ଦେଶକୁ ମନା କରିବାକୁ ଏହି ସରକାରଙ୍କର ସାହସ ନାହିଁ। ଇନ୍ଧନ ମୂଲ୍ୟ ଆକାଶଛୁଆଁ ହେଉଛି, ଲୋକମାନେ ଦାରିଦ୍ର ସୀମାରେଖା ତଳେ ଅଛନ୍ତି। ମୁଁ ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରୁଛି' |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/imran.jpg)