ଇସ୍ଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ତେହରିକ୍ ଏ ଇନ୍୍ସାଫ୍ ପାର୍ଟିର ସୁପ୍ରିମୋ ଇମ୍ରାନ୍ ଖାନ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଶ୍ମୀର ପ୍ରସଙ୍ଗ ନେଇ ତାଙ୍କର ଆଭିମୁଖ୍ୟ ରଖିଛନ୍ତି। ଇମ୍ରାନ କହିଛନ୍ତି ଭାରତ ସହିତ ଶାନ୍ତି ଆଲୋଚନା ପାଇଁ ଆମେ ଆଗ୍ରହୀ । କଶ୍ମୀର ମାମଲାରେ ଭାରତ ଗୋଟିଏ ପାଦ ଆଗକୁ ବଢ଼ିଲେ ଆମେ ଦୁଇପାଦ ଆଗକୁ ଯିବୁ ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ପ୍ରଥମେ ଦୁଇ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ କରିବାକୁ ହେବ। ଯଦି ଭାରତର ନେତୃତ୍ୱ ଏଥିପାଇଁ ପ୍ରସ୍ତୁତ, ତ’ହେଲେ ଦ୍ୱିପାକ୍ଷିକ ଆଲୋଚନା ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ଇମ୍ରାନ କହିଛନ୍ତି। ସାଂପ୍ରତିକ ସମୟରେ କଶ୍ମୀର ଜଟିଳ ସ୍ଥିତି ଦେଇ ଗତି କରୁଛି ଏବଂ ସେଠାରେ ମାନବାଧିକାର ଉଲ୍ଲଂଘନ ହେଉଥିବାରୁ ଆମକୁ ଏ ଦିଗରେ ବିଚାର କରିବାକୁ ହେବ ବୋଲି ସେ କହିଛନ୍ତି। ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରି ଇମ୍ରାନ କହିଛନ୍ତି ନିର୍ବାଚନ ବେଳେ ତାଙ୍କୁ ବଲିଉଡ୍ର ଖଳନାୟକ ଭାବେ ଚିତ୍ରଣ କରାଯାଇଥିଲା। ଭାରତ ସହ ସେ ସର୍ବଦା ଶାନ୍ତି କାମନା କରୁଥିବା କହିଛନ୍ତି। ଏହି ଅବସରରେ ଆମେରିକାକୁ ସମାଲୋଚନା କରି ଇମ୍ରାନ କହିଛନ୍ତି ଯେ ପାକିସ୍ତାନ ଆମେରିକାର ଭୀକ୍ଷାରେ ଚଳୁଥିବା ରାଷ୍ଟ୍ର ନୁହେଁ। ବିଭିନ୍ନ ମୁସ୍୍ଲିମ୍ ରାଷ୍ଟ୍ର ସହିତ ପାକିସ୍ତାନର ସୁଦୃଢ଼ ସଂପର୍କ ରହିଛି। ଇରାନ୍ ଏବଂ ସାଉଦି ଆରବ ପାକିସ୍ତାନ ସହ ଖୁବ୍ ଘନିଷ୍ଠ ବୋଲି ସେ କହିଛନ୍ତି। ଗୋଟିଏ ପଟେ ଇମ୍ରାନ ଆମେରିକାକୁ ସମାଲୋଚନା କରିଥିବା ବେଳେ ଅନ୍ୟପଟେ ଚୀନ୍କୁ ପ୍ରଶଂସା କରିଛନ୍ତି। ଚୀନ୍ର ସହଯୋଗ ପାକିସ୍ତାନର ବିକାଶରେ ଅଧିକ ସକରାତ୍ମକ ପରିବେଶ ସୃଷ୍ଟି କରିବ ବୋଲି ସେ କହିଛନ୍ତି।
କଶ୍ମୀର ପ୍ରସଙ୍ଗରେ ମତ ରଖିଲେ ଇମ୍ରାନ, ଭାରତ ପାଦେ ବଢ଼ିଲେ ଆମେ ଦୁଇପାଦ ବଢ଼ିବୁ
ଚୀନ୍କୁ ପ୍ରଶଂସା, ଆମେରିକାକୁ ସମାଲୋଚନା
/sambad/media/post_attachments/wp-content/uploads/2018/07/26_07_2018-26imrankhan_18243843.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)