ଭବିଷ୍ୟତରେ ପୁଲଓ୍ଵାମା ପରି ଅନେକ ଘଟଣା ହେବ : ଇମ୍ରାନ ଖାଁ

ନୂଆଦିଲ୍ଲୀ : କାଶ୍ମୀରରୁ ଧାରା ୩୭୦ ଉଠାଇବା ପାଇଁ ଭାରତର ଘୋଷଣା ପରେ ପାକିସ୍ତାନରେ ଏହାକୁ ନେଇ କଡା ବିରୋଧ ପ୍ରକାଶ ପାଇଛି । ପାକିସ୍ତାନ ସରକାର ଭାରତ ସରକାରଙ୍କ ଏହି ପଦକ୍ଷେପକୁ ବେଆଇନ ବୋଲି ଘୋଷଣା କରିବା ସହ ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି ।

ଆଜି ଅନୁଷ୍ଠିତ ପାକିସ୍ତାନୀ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେଇ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ଯେ ଭାରତ ସରକାର ଯାହା କରିଛନ୍ତି ତାହା ଯୁଦ୍ଧ ଅପରାଧ । ଭବିଷ୍ୟତରେ ଅଧିକରୁ ଅଧିକ ପୁଲଓ୍ଵାମା ପରି ଘଟଣା ହେବ ।

ସେ କହିଛନ୍ତି ଯେ ବିଜେପି ହେଉଛି ଏକ ହିନ୍ଦୁତ୍ୱବାଦୀ ଦଳ ଯିଏକି ହିନ୍ଦୁମାନଙ୍କୁ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ଅପେକ୍ଷା ଉଚ୍ଚ ବୋଲି ଭାବେ । ଦଳର ଏହି ହିନ୍ଦୁତ୍ୱବାଦୀ ଆଦର୍ଶକୁ ପାଳନ କରିବାକୁ ଯାଇ କାଶ୍ମୀରରୁ ଧାରା ୩୭୦ ଉଠାଇ ଦିଆଯାଇଛି । ବିଜେପି କାଶ୍ମୀର ଲୋକମାନଙ୍କୁ ହିନ୍ଦୁମାନଙ୍କ ପରି ସମାନ ମଣିଷ ବୋଲି ଭାବେ ନାହିଁ, ଏଣୁ ସେମାନଙ୍କ ସ୍ୱାଧୀନତା ଆନ୍ଦୋଳନକୁ ଦବାଇବାକୁ ଚାହୁଁଛି । ଏପରି କରି ସେମାନ କେବଳ ଅନ୍ତର୍ଜାତୀୟ ନିୟମ ନୁହେଁ, ନିଜ ଦେଶର ନିୟମର ଉଲ୍ଲଙ୍ଘନ କରିଛନ୍ତି ବୋଲି ଇମ୍ରାନ କହିଛନ୍ତି । ଏଣୁ ଆମ ଲଢେଇ ଏକ ଜାତିବାଦୀ ସାଂପ୍ରଦାୟିକ ଦଳ ସହିତ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର