ଇସଲାମାବାଦ୍: ସଫଳ କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ୍ ଖାନ୍ ଆସନ୍ତା ଅଗଷ୍ଟ ୧୧ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଇମ୍ରାନ୍ଙ୍କ ନେତୃତ୍ୱାଧୀନ ଦଳ ପିଟିଆଇ (ପାକିସ୍ତାନ ତେହରିକ୍ -ଏ-ଇନ୍ସାଫ୍) ଜୁଲାଇ ୨୫ ସାଧାରଣ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନଥିଲା। ତେବେ ପିଟିଆଇ ଏବେ ଅନ୍ୟ କ୍ଷୁଦ୍ର ଓ ସ୍ୱାଧୀନ ଦଳର ସମର୍ଥନରେ ସରକାର ଗଢ଼ିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଚଳିତ ନିର୍ବାଚନରେ ଇମ୍ରାନ୍ଙ୍କ ଦଳ ପିଟିଆଇ୧୧୬ଟି ଆସନରେ ଜିତି ଏକକ ବଡ଼ ଦଳ ହୋଇଥିଲା।
୧୧ରେ ଶପଥ ନେବେ ଇମ୍ରାନ୍
/sambad/media/post_attachments/wp-content/uploads/2018/07/imran-khan-reuters-27-07-2018_625x300_27_July_18.jpg)