ଇସ୍ଲାମାବାଦ: ଭାରତୀୟ ବାୟୁସେନା ଆଜି ପାକିସ୍ତାନରେ ପଶି ଜୈସ୍ ସଂଗଠନର କମାଣ୍ଡ ସେଣ୍ଟର, ତାଲିମ କେନ୍ଦ୍ର ଓ ଅନ୍ୟ ଆତଙ୍କବାଦୀ ପ୍ରତିଷ୍ଠାନଗୁଡ଼ିକୁ ଧ୍ବଂସ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଭାରତକୁ ଧମକ ଦେଇଛନ୍ତି। ପାକିସ୍ତାନ ମଧ୍ୟ ଏହାର ପ୍ରତିଶୋଧ ନେବ। ଆକ୍ରମଣର ସମୟ ଏବଂ ସ୍ଥାନ ପାକ୍ ସେନା ସ୍ଥିର କରିବ ବୋଲି ଇମ୍ରାନ କହିଛନ୍ତି। ପାକିସ୍ତାନର ଜାତୀୟ ନିରାପତ୍ତା କମିଟିର ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଭାରତର ବିମାନ ଆକ୍ରମଣ ସଂପର୍କରେ ଚର୍ଚ୍ଚା କରାଯାଇଥିଲା। ଆଜି ଭୋର୍ ସମୟରେ ୧୨ଟି ମିରାଜ୍ ଯୁଦ୍ଧ ବିମାନ ପାକିସ୍ତାନରେ ପଶି ଯେଭଳି ଆକ୍ରମଣ କରିଛି ତାହା ଆମକୁ ମଧ୍ୟ ଆକ୍ରମଣ ପାଇଁ ବାଧ୍ୟ କରିବ ବୋଲି ପାକ୍ ବିଦେଶ ମନ୍ତ୍ରୀ ମଧ୍ୟ କହିଛନ୍ତି। ଇମ୍ରାନ୍ ଖାନ୍ ପାକ୍ ସେନାକୁ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏବେ ଭାରତ ପାଇଁ ଚିନ୍ତା କରିବାର ସମୟ ଆସିଯାଇଛି ବୋଲି ଇମ୍ରାନ କହିଛନ୍ତି। ଇମ୍ରାନଙ୍କ ମନ୍ତ୍ରୀମାନେ ମଧ୍ୟ ଏକ ସ୍ବରରରେ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମତ ରଖିଥିବା ବେଳେ ପାକିସ୍ତାନର ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ଭାରତକୁ ଇମ୍ରାନ୍ଙ୍କ ଧମକ, ଆମେ ବି ପ୍ରତିଶୋଧ ନେବୁ
/sambad/media/post_attachments/wp-content/uploads/2019/02/imran-khan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)