ଆମେରିକା ଗସ୍ତରେ ଟ୍ରମ୍ପ୍‌ଙ୍କୁ ଦୁଇ ଥର ଭେଟିବେ ଇମ୍ରାନ

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଚଳିତ ମାସରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବେ। ଏହି ଗସ୍ତ ବେଳେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଦୁଇ ଥର ଭେଟିବେ ବୋଲି ଜଣାପଡ଼ିଛି। ଇମ୍ରାନ ଟ୍ରମ୍ପ୍‌ଙ୍କୁ ପୁଣି ଭାରତର କଶ୍ମୀର ନୀତି ବିରୋଧରେ ଗୁହାରି କରିବେ ବୋଲି କୁହାଯାଉଛି । ଇମ୍ରାନ ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଆମେରିକା ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର