ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଦ୍ବାରା ପ୍ରଚଳିତ ନୂତନ ଶିକ୍ଷାନୀତିକୁ ସମଗ୍ର ପାକିସ୍ତାନରେ ବିରୋଧ କରାଯାଇଛି। ଇମ୍ରାନ୍ଙ୍କ ପ୍ରଚଳିତ ଏକକ ଶିକ୍ଷା ବ୍ୟବସ୍ଥା (ଏସ୍ଏନ୍ସି) ମାଧ୍ୟମରେ ଧର୍ମକୁ ଗୁରୁତ୍ବ ଦିଆଯାଇଛି। ଏହି ଶିକ୍ଷା ବ୍ୟବସ୍ଥାରେ ଉଭୟ ଧନୀ ଓ ଗରିବ ଛାତ୍ରଛାତ୍ରୀମାନଙ୍କୁ ସମାନ ଶିକ୍ଷା ଅଧ୍ୟୟନ କରିବାକୁ ପଡ଼ିବ। ଶିକ୍ଷାରେ ବ୍ୟାପକ ଧାର୍ମିକ ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏହା ଶିକ୍ଷା ବ୍ୟବସ୍ଥା ପ୍ରତି କଠୋର ଆହ୍ବାନ ବୋଲି କୁହାଯାଉଛି। ଏଭଳି ଧାର୍ମିକ ମୌଳବାଦଭିତ୍ତିକ ଶିକ୍ଷା ବ୍ୟବସ୍ଥା ଜେନେରାଲ ଜିଆ-ଉଲ-ହକ୍ଙ୍କ ସମୟରେ ମଧ୍ୟ ପ୍ରଚଳନ ସମ୍ଭବପର ହୋଇ ପାରି ନଥିଲା। ଆଧୁନିକ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ପ୍ରଯୁକ୍ତିବିଦ୍ୟାକୁ ପ୍ରାଧ୍ୟାନ୍ୟ ଦିଆଯାଉଥିବାବେଳେ ଇମ୍ରାନ୍ଙ୍କ ଶିକ୍ଷା ବ୍ୟବସ୍ଥାରେ ଧର୍ମକୁ ପ୍ରାଧାନ୍ୟ ଦିଆଯାଇଛି। ଏହା ଫଳରେ ଭବିଷ୍ୟତ ପିଢି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ଭଳି ଶିକ୍ଷାରୁ ବଞ୍ଚିତ ହେବେ ବୋଲି କୁହାଯାଉଛି। ଇମ୍ରାନ୍ଙ୍କ ଏଭଳି ଧର୍ମାନ୍ଧଭିତ୍ତିକ ଶିକ୍ଷାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ସମଗ୍ର ପାକିସ୍ତାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଇମ୍ରାନ୍ଙ୍କ ଶିକ୍ଷାନୀତିକୁ ପାକିସ୍ତାନରେ ବିରୋଧ
/sambad/media/post_attachments/wp-content/uploads/2020/01/Imaran-Khan.jpg)