ଇମ୍ରାନ୍‌ଙ୍କ ୫ ପ୍ରେମିକା

ନୂଆଦିଲ୍ଲୀ: କ୍ରିକେଟରରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଯାଉଥିବା ଇମ୍ରାନ୍‌ ଖାନ୍‌ ୩ ଜଣଙ୍କୁ ବାହା ହୋଇଥିବା ବେଳେ ଏକାଧିକ ଝିଅଙ୍କୁ ପ୍ରେମ କରିବାରେ ବି ଆଗରେ ରହିଥିଲେ। ସେ ୫ ଜଣଙ୍କୁ ପ୍ରେମ କରୁଥିଲେ ବୋଲି ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ସେହି ପ୍ରେମିକାମାନେ ହେଲେ:

ଏମା ସର୍‌ଜେଣ୍ଟ: ଇମ୍ରାନ୍‌ଙ୍କ ପ୍ରେମିକାଙ୍କ ମଧ୍ୟରେ ଡିଜାଇନର ତଥା ଚିତ୍ରଶିଳ୍ପୀ ଏମା ସରଜେଣ୍ଟ ରହିଛନ୍ତି। ଏମା ସର୍‌ଜେଣ୍ଟଙ୍କ ସହିତ ଇମ୍ରାନ ୪ ବର୍ଷ ପର୍ଯ୍ୟନ୍ତ ପ୍ରେମ ସଂପର୍କରେ ଥିଲେ ବୋଲି କୁହାଯାଇଥାଏ।
ସୀଟା ହ୍ଵାଇଟ୍‌: ସୀଟା ହ୍ଵାଇଟ୍‌ ନାମ୍ନୀ ଜଣେ ମହିଳାଙ୍କ ସହିତ ଇମ୍ରାନ୍‌ଙ୍କ ପ୍ରେମ ସମ୍ପର୍କ ରହିଥିଲା। ସୀଟା ଓ ଇମ୍ରାନ୍‌ଙ୍କ ଔରସରୁ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଝିଅଟିର ନାମ ଟିରିୟନ୍‌ ରଖାଯାଇଥିଲେ। ପ୍ରଥମେ ଇମ୍ରାନ୍‌ ଟିରିୟନ ତାଙ୍କ ଝିଅ ନୁହେଁ ବୋଲି ହୁଥିଲେ ହେଁ ପରବର୍ତ୍ତୀ ସମୟରେ ଡାକ୍ତରୀ ପରୀକ୍ଷା ପରେ ଟିରିୟନ ଇମ୍ରାନ୍‌ଙ୍କ ଝିଅ ବୋଲି ପ୍ରମାଣିତ ହୋଇଥିଲା।

ଜିନତ ଅମନ୍‌: ବଲିଉଡ ଅଭିନେତ୍ରୀ ଜିନତ ଅମନ୍‌ଙ୍କ ସହିତ ଇମ୍ରାନ୍‌ଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିଲା ବୋଲି ଜୋରଦାର ଚର୍ଚ୍ଚା ହୋଇଥାଏ। ୭୦ ଏବଂ ୮୦ ଦଶକରେ ଜିନତ ଅମନ୍‌ ବଲିଉଡରେ ଜଣେ ସଫଳ ନାୟିକା ଥିଲେ। କ୍ରିକେଟ୍‌ ଟୁର୍‌ ସମୟରେ ଉଭୟଙ୍କର ଭେଟ ହୋଇଥାଏ।

ଆୟଶା ଗୁଲାଲାଇ: ପାକିିସ୍ତାନ ସଂସଦର ପ୍ରଥମ ମହିଳା ସଦସ୍ୟା ଆୟଶା ଗୁଲାଲାଇଙ୍କ ସହିତ ମଧ୍ୟ ଇମ୍ରାନ୍‌ଙ୍କର ପ୍ରେମ ସମ୍ପର୍କ ରହିଥିଲା। ୨୦୧୨ରୁ ଆୟଶା ଇମ୍ରାନ୍‌ଙ୍କ ଦଳର ସଦସ୍ୟ ମଧ୍ୟ ରହିଥିଲେ। ଏବେ ଆୟଶା ପିଟିଆଇ(ଗୁଲାଲାଇ) ନାମରେ ଏକ ଦଳ ଗଠନ କରିଛନ୍ତି।

ବେନଜୀର ଭୁଟ୍ଟୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଏବଂ ଇମ୍ରାନ୍‌ ଖାନ୍‌ଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିବା ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ଅକ୍ସଫୋର୍ଡରେ ପାଠ ପଢ଼ିବା ସମୟରେ ଉଭୟ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ।

ସମ୍ବନ୍ଧିତ ଖବର