ଇସଲାମାବାଦ: ବହୁ ପ୍ରତୀକ୍ଷା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ତାଙ୍କ ଉଭଣୀ ଉଜ୍ମା ଖାନ ଭେଟିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଉଜ୍ମା ଇମ୍ରାନଙ୍କୁ ଭେଟିବା ପରେ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ (ପିଟିଆଇ) ମୁଖ୍ୟଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାରେ ବିରାମ ଲାଗିଛି। ଇମ୍ରାନଙ୍କୁ ଜେଲରେ ଏକାନ୍ତରେ ବନ୍ଦୀ କରି ରଖାଯିବା ସହିତ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ଉଜ୍ମା କହିଥିଲେ। ସୂଚନାଯୋଗ୍ୟ, ଇମ୍ରାନ ଏବେ ଅଦିୟାଲା ଜେଲରେ ବନ୍ଦୀ ଥିବା ବେଳେ ଉଜ୍ମା ତାଙ୍କୁ ଭେଟିଥିଲେ। କଟକଣା ସତ୍ତ୍ବେ ଇମ୍ରାନଙ୍କ ପାର୍ଟି ରାୱଲପିଣ୍ଡିରେ ବଡ଼ଧରଣର ପ୍ରଦର୍ଶନ କରିବାକୁ ଧମକ ଦେବା ପରେ ପାକିସ୍ତାନ ସରକାର ଇମ୍ରାନଙ୍କୁ ଭେଟିବାକୁ ଅନୁମତି ଦେଇଥିଲା।
FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା
Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ
ଉଜ୍ମା ତାଙ୍କ ଭାଇକୁ ଭେଟିବାକୁ ଜେଲ ଭିତରକୁ ଯାଇଥିଲେ। ଇମ୍ରାନ ଭଲ ଅଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି, ତାଙ୍କୁ ଜେଲରେ ଏକାନ୍ତରେ ରଖାଯାଇ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ଜେଲରୁ ବାହାରିବା ପରେ ଉଜ୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାକ୍ ସେନାମୁଖ୍ୟ ଅସୀମ ମୁନିରଙ୍କ ନିର୍ଦ୍ଦେଶରେ ଏସବୁ ହେଉଥିବା ଇମ୍ରାନ ତାଙ୍କୁ କହିଥିବା ଉଜ୍ମା କହିଛନ୍ତି। ଇମ୍ରାନ କାହାକୁ ଯୋଗାଯୋଗ କରିପାରୁନାହାନ୍ତି କି ଭେଟି ପାରୁନାହାନ୍ତି। ସେଥପାଇଁ ସେ ଖୁବ୍ କ୍ଷୁବ୍ଧ ଅଛନ୍ତି। ଅନ୍ୟପକ୍ଷରେ ବିନା କୌଣସି ସର୍ତ୍ତରେ କଡ଼ା ସୁରକ୍ଷା ବଳୟରେ ଥିବା ତାଙ୍କ ଭାଇଙ୍କୁ ଭେଟିବାକୁ ଦିଆଯାଇଥିବା ଉଜ୍ମା କହିଥିଲେ। ଏହାପୂର୍ବରୁ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ନେଇ ଗୁଜବ ହୋଇଥିଲା। ପରିବାର ଓ ଦଳୀୟ କର୍ମୀ ଇମ୍ରାନଙ୍କୁ ଭେଟିବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/03/fshhfshfxvb-2025-12-03-01-00-32.jpg)