ନୂଆଦିଲ୍ଲୀ: ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୧-୨୨ ଓ ୨୦୨୨-୨୩ରେ କନ୍ୟା ସନ୍ତାନଙ୍କ ଜନ୍ମହାର ତଥା ଲିଙ୍ଗ ଅନୁପାତ କମିଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ସୂଚନା ଦେଇଥିଲେ। ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଦିଲ୍ଲୀ, ହରିୟାଣା ଓ ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରେ ଶିଶୁ ଜନ୍ମରେ ଲିଙ୍ଗ ଅନୁପାତ ହ୍ରାସ ପାଇଛି ବୋଲି ଇରାନୀ ସୂଚନା ଦେଇଥିଲେ। ଲିଙ୍ଗ ଅନୁପାତ ହେଉଛି ପ୍ରତି ୧୦୦ କନ୍ୟା ସନ୍ତାନ ଜନ୍ମରେ ପୁତ୍ର ସନ୍ତାନଙ୍କ ଜନ୍ମସଂଖ୍ୟା।।