ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଅଭିଯୋଗ ଆଣି ଭାରତକୁ ସମନ ପଠାଇଲା ପାକିସ୍ତାନ

ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖାଠାରେ ଭାରତୀୟ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଭାରତୀୟ ଉଚ୍ଚ ଆୟୋଗର ଜଣେ ବରିଷ୍ଠ କୁଟନୀତିଜ୍ଞଙ୍କୁ ସୋମବାର ସମନ ପଠାଇଛି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ।

ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ଅଣାଯାଇ କୁହାଯାଇଛି ଯେ ରବିବାର ଖୁଇରତା ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଅକାରଣ ଗୁଳି ମାଡ଼ରେ ଜଣେ ୩୭ ବର୍ଷିଅ ନାଗରିକ ଆହତ ହୋଇଛନ୍ତି।

ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଆହୁରି ବି ଅଭିଯୋଗ ହୋଇଛି ଯେ ସୀମାନ୍ତରେ ଥିବା ଭାରତୀୟ ସଶସ୍ତ୍ର ବଳ ପକ୍ଷରୁ ବାରମ୍ବାର ଆକ୍ରମଣ ହେଉଛି। ଭାରତୀୟ ସେନା ରୀତିମତ ଭାବେ ଦେଶର ସାଧାରଣ ନାଗରିକମାନଙ୍କୁ ଟାର୍ଗେଟ କରି ଅସ୍ତ୍ର ବିରତି ଉଲ୍ଲଂଘନ କରିବା ସହ ଗୁଳି ଚାଳନା କରି ଆସୁଛି।

ଚଳିତବର୍ଷ ଭିତରେ ଭାରତ ପକ୍ଷରୁ ୧,୦୮୧ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇ ସାରିଲାଣି ବୋଲି ବୈଦେଶିକ କର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ଆହୁରି ବି ଅଭିଯୋଗ ଆଣିଛି ଯେ ଭାରତ ଏପରି ଅସ୍ତ୍ର ବିରତି ଉଲ୍ଲଂଘନ ବାରମ୍ବାର କରି ଚାଲିଛି।

 

ସମ୍ବନ୍ଧିତ ଖବର