ନୂଆଦିଲ୍ଲୀ: ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ୨୦୨୨ରେ ସର୍ବାଧିକ ୭୩ ମାମଲା ରୁଜୁ କରିଛି। ୨୦୨୧ ତୁଳନାରେ ଏନ୍‌ଆଇଏ ୨୦୨୨ରେ ୧୯.୬୭ ପ୍ରତିଶତ ଅଧିକ ମାମଲା ରୁଜୁ କରିଛି। ୨୦୨୧ରେ ଏନଆଇଏ ୬୧ ମାମଲା ରୁଜୁ କରିଥିବା ବେଳେ ୨୦୧୯ ଏବଂ ୨୦୨୦ରେ ହାରାହାରି ୬୦ ମାମଲା ରୁଜୁ କରିଥିଲା।

Advertisment

ଚଳିତ ବର୍ଷ ରୁଜୁ ହୋଇଥିବା ମାମଲା ମଧ୍ୟରୁ ଜମ୍ମୁ କାଶ୍ମୀର, ଆସାମ, ବିହାର, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ‌ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ ‘ଜିହାଦୀ’ ଆତଙ୍କବାଦ ପାଇଁ ୩୫ ମାମଲା ରହିଛି। ଏଲ୍‌ଡବ୍ଲ୍ୟୁଇ (ବାମ ଉଗ୍ରବାଦ ) ପାଇଁ ୧୦ଟି ମାମଲା ରୁଜୁ ହୋଇଛି ଏବଂ ଉତ୍ତରପ୍ରଦେଶରେ ବଡ଼ ହିଂସା ଷଡ଼ଯନ୍ତ୍ର ପାଇଁ ୫ଟି ମାମଲା ରୁଜୁ ହୋଇଛି। ପିଏଫ୍‌ଆଇ ସମେତ ବିଦେଶୀ ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ସଂକ୍ରାନ୍ତ ୭ଟି ମାମଲା ରୁଜୁ ହୋଇଛି।