୨୨ ଦିନ ମଧ୍ୟରେ ଗଲାଣି ୧୪,୦୦୦ ରୁଷୀୟ ସୈନିକଙ୍କ ଜୀବନ

ନୂଆଦିଲ୍ଲୀ: ଗତ ୨୨ ଦିନ ଧରି ରୁଷିଆ ୟୁକ୍ରେନ ଉପରେ ବୋମା ସହ କ୍ଷେପଣାସ୍ତ୍ର ମାଡ଼ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ରୁଷର ଆକ୍ରମଣରେ ୟୁକ୍ରେନର ୧୦୩ ପିଲାଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଶହ ଶହ ନିରୀହ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ଏ ମଧ୍ୟରେ ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟ ଟୁଇଟ୍ କରି କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ଉପରେ ଆକ୍ରମଣ କରି ରୁଷର କେତେ କ୍ଷତି ଘଟିଛି। ଟୁଇଟ୍ ଅନୁଯାୟୀ ରୁଷର ୧୪,୦୦୦ ସୈନିକ ନିହତ ହୋଇଥିବା ସହ ୮୬ଟି ବିମାନ, ୧୦୮ଟି ହେଲିକପ୍ଟର ଏବଂ ୪୪୪ ଟ୍ୟାଙ୍କ ନଷ୍ଟ ହୋଇଛି।

Image Courtesy of The New York Times

ସେପଟେ, ମେଲିଟୋପଲ୍‌ର ମେୟର୍‌ଙ୍କୁ ମୁକ୍ତ କରିବା ଲାଗି ୟୁକ୍ରେନ୍‌ ବନ୍ଦୀ କରିଥିବା ୯ରୁ ଅଧିକ ରୁଷୀୟ ସୈନିକଙ୍କୁ ଛାଡ଼ି ଦେଇଥିବା କଥା ଜଣେ ୟୁକ୍ରେନୀୟ ସରକାରୀ ଅଧିକାରୀ କହିଛନ୍ତି। ସେହିପରି କ୍ରେମ୍‌ଲିନ୍‌ ମଧ୍ୟ କହିଛି ଯେ, ବାଇଡେନ୍‌ ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧୀ କହିବା ଅଗ୍ରହଣୀୟ। ସାଧାରଣ ନାଗରିକାମାନଙ୍କ ପାଇଁ ବିଧ୍ବସ୍ତକାରୀ ପରିଣାମ ଆଣିବା ସହ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଥିବାରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବୁଧବାର ଦିନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁଦ୍ଧ ଅପରାଧୀ ବୋଲି କହିଥିଲେ। ଏହାର ପ୍ରତ୍ୟୁତ୍ତର ଦେଇ କ୍ରେମ୍‌ଲିନ୍‌ କହିଛି, ପୁଟିନ୍‌ଙ୍କ ବିରୋଧରେ ବାଇଡେନ୍‌ଙ୍କ ମନ୍ତବ୍ୟ ଅଗ୍ରହଣୀୟ ଏବଂ ଅକ୍ଷମଣୀୟ।

ସମ୍ବନ୍ଧିତ ଖବର