ନୂଆଦିଲ୍ଲୀ: ଦେଶରେ ଆଜି ୩,୬୮୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତ ୬ ଦିନରେ ୧୮ ହଜାରରୁ ଅଧିକ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବାରୁ ଏହା ଚତୁର୍ଥ ଲହରର ସଙ୍କେତ ବୋଲି କୁହାଯାଉଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୭୫,୮୬୪ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୨୩,୮୦୩ ରହିଛି। ସକ୍ରିୟ ମାମଲା ଆଜି ୧୮ ହଜାର ଟପିଯାଇଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୪ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଥିବା ବେଳେ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୮୮୩ ବୃଦ୍ଧି ହୋଇଛି। ଦୈନିକ ପଜିଟିଭ୍ ହାର ୦.୭୪ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୬୬ ପ୍ରତିଶତ ରହିଛି। ଦେଶରେ ଆଜି ସୁଦ୍ଧା ୪,୨୫,୩୩,୩୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ମୃତ୍ୟୁ ହାର ୧.୨୨ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୪,୯୬,୬୪୦ କରୋନା ଟେଷ୍ଟ୍ କରାଯାଇଛି। ଦେଶରେ ମୋଟ୍ ୮୩.୭୪ କୋଟି ଟେଷ୍ଟିଂ ହୋଇଛି। ଏଯାବତ ରାଜ୍ୟମାନଙ୍କୁ ୧୯୨.୨୮ କୋଟି ଟିକା ଡୋଜ୍ ଦିଆଯାଇଛି। ଦେଶରେ ମୋଟ୍ ଟିକାକରଣ ୧୮୮.୮୯ କୋଟି ଟପିଛି। ୧୨-୧୪ ବର୍ଷ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ଶିଶୁ କରୋନାର ପ୍ରଥମ ଡୋଜ୍ ନେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।
୬ ଦିନରେ ୧୮ ହଜାର କରୋନା ସଂକ୍ରମିତ
/sambad/media/post_attachments/wp-content/uploads/2022/04/corona-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)