ଆଇଜଲ୍: ପ୍ରଥମ ଥର ପାଇଁ ଖ୍ରିଷ୍ଟୀୟ ପ୍ରଥା ଅନୁଯାୟୀ ଶନିବାର ଦିନ ମିଜୋ ନେସ୍ନାଲ୍ ଫ୍ରଣ୍ଟ୍ ଶପଥ ଗ୍ରହଣ କରି ସରକାର ଗଢ଼ିବାକୁ ଯାଉଛି।
ବାଇବଲୀୟ ପଙ୍କ୍ତି ସହ ଶପଥ ଗ୍ରହଣ ଉତ୍ସବରେ ହାଣ୍ଡେଲ୍ଙ୍କ ପ୍ରସିଦ୍ଧ ‘ହାଲ୍ଲେଲୁଜା କୋରସ୍’ ମଧ୍ୟ ଗାନ କରାଯିବ। ନବ ନିର୍ବାଚିତ ଏମ୍ଏନ୍ଏଫ୍ ବିଧାୟକ ଲାଲ୍ରୁକ୍ତିମା ଗୁରୁବାର ଦିନ କହିଛନ୍ତି: ପ୍ରଥମ ଥର ଲାଗି ଆମେ ଏପରି କରୁଛୁ। ଜାତୀୟ ସଙ୍ଗୀତ ଗାୟନ ପରେ ଗସ୍ପେଲ୍ ଓ ବାଇବ୍ଲ ପଙ୍କ୍ତିମାନ ଗାନ କରାଯିବ।
ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏମ୍ଏନ୍ଏଫ୍ର ଜୋରାମଥାଙ୍ଗା ଏବଂ ତାଙ୍କ ଟିମ୍ର ମନ୍ତ୍ରୀମାନେ ଶୁକ୍ରବାର ମଧ୍ୟାହ୍ନରେ ରାଜ ଭବନରେ ଶପଥ ଗ୍ରହଣ କରିବେ।
/sambad/media/post_attachments/wp-content/uploads/2018/12/Zoramthanga_to-300x148.jpg)
ଏମ୍ଏନ୍ଏଫ୍ର ଗୀର୍ଜା ସହ ଘନିଷ୍ଠ ସମ୍ପର୍କ ଥାଏ ବୋଲି ସମସ୍ତଙ୍କୁ ଜଣା। ୯୭% ଖ୍ରିଷ୍ଟୀୟାନ୍ ଥିବା ଏହି ସୀମାନ୍ତ ରାଜ୍ୟରେ ବିଦାୟୀ କଂଗ୍ରେସ ମଦ ଉତ୍ପାଦନ ନିମନ୍ତେ ଜାରି କରିଥିବା କେତେକ ଆଦେଶକୁ ଏମାନେ ତୀବ୍ର ବିରୋଧ କରୁଥିଲେ। ଲାଲ୍ ଥାନ୍ହଲା ଶାସନ ସ୍ଥାନୀୟ ମଦ ଉତ୍ପାଦନକୁ ଅନୁମତି ଦେଇଥିବା ବେଳେ ଆଇଏମ୍ଏଫ୍ଏଲ୍ ବିକ୍ରୟ ଉପରେ କଟକଣା ଲାଗୁ କରିଥିଲେ। କିନ୍ତୁ, ଏମ୍ଏନ୍ଏଫ୍ ମଦ ଉତ୍ପାଦନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶକୁ ସମର୍ଥନ କରନ୍ତି।
୪୦ ଆସନବିଶିଷ୍ଟ ବିଧାନସଭାରେ ଏବେ ୨୬ ଜଣ ବିଧାୟକ ହେଉଛନ୍ତି ଏମ୍ଏନ୍ଏଫ୍ର, ୮ ଜଣ ଜୋରାମ୍ ପିପଲସ୍ ମୋଭ୍ମେଣ୍ଟ୍ର ଏବଂ ୫ ଜଣ କଂଗ୍ରେସର। ପ୍ରଥମ ଥର ପାଇଁ ଏଥିରେ ବିଜେପିରୁ ଜଣେ ବିଧାୟକ ସାମିଲ ହୋଇଛନ୍ତି। ବୁଦ୍ଧ ଧନ ଚକ୍ମା ନାମକ ଏହି ବୌଦ୍ଧ ଧର୍ମ ଅନୁଗାମୀ ଜଣକ ତୁଇଚଙ୍ଗ୍ରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Zoramthanga.jpg)