ପୁଣେ : ଜଳ ସଂରକ୍ଷଣ ପାଇଁ ଏବେ ପୁଣେ ଏକ ଅଭିନବ ଉପାୟ ଆପଣାଇଥିବା ଜଣାପଡ଼ିଛି । ହୋଟେଲ ଏବଂ ରେସ୍ତୋରାଁରେ ଲୋକମାନଙ୍କୁ ଗ୍ଲାସରେ ପାଣି ଭରି ଦିଆଯାଉଥିବା ବେଳେ ଏବେ ପୁଣେରେ ଅଧାଗ୍ଲାସ ପାଣି ଦିଆଯିବ ବୋଲି ଜଣାପଡ଼ିଛି । ଗ୍ଲାସରେ ପାଣି ଦିଆଯାଉଥିବା ବେଳେ ଲୋକମାନେ ଅଧା ପାଣି ପିଇ ଅଧା ପାଣି ଫିଙ୍ଗି ଦେଇଥାନ୍ତି ।
/sambad/media/post_attachments/wp-content/uploads/2018/12/water_1544620716_725x725-300x155.png)
ଯାହାକୁ ଦୃଷ୍ଟିରେ ରଖି ପାଣିକୁ ନଷ୍ଟ ହେବାରୁ ରୋକିବା ପାଇଁ ପୁଣେ ରେସ୍ତୋରାଁ ଏବଂ ହୋଟେଲିୟର ଆସୋସିଏସନ୍ ତରଫରୁ ଏଭଳି ଭିନ୍ନ ପଦକ୍ଷେପ ନିଆଯାଇଛି । ଏ ନେଇ ପୁଣେରେ ଥିବା ସମସ୍ତ ହୋଟେଲ ଏବଂ ରେସ୍ତୋରାଁକୁ ଥିମ୍ କାର୍ଡ଼ ଦିଆଯିବ । ଯାହା ଦ୍ୱାରା ଜର ସଂରକ୍ଷଣର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ଏକ ରେସ୍ତୋରାଁର ମୁଖ୍ୟଙ୍କ କହିବା ଅନୁଯାୟୀ,କେବଳ ପିଇବା ପାଣି ନୁହେଁ,ଶୌଚାଳୟରେ ମଧ୍ୟ ଅଯଥା ପାଣିକୁ ବ୍ୟବହାର କରାଯାଉଥିବା ଦେଖି ସବୁ ରେସ୍ତୋରାଁରେ ସ୍ମାର୍ଟ ନଳ ଲଗାଯାଇଛି । ଯେଉଁଥିରେ ସେନ୍ସରର ବ୍ୟବସ୍ଥା ରହିଛି । ଯାହା ଆପେ ଆପେ ଲୋକଙ୍କ ଦରକାର ଅନୁଯାୟୀ ହିଁ ପାଣି ଯୋଗାଇବା ।