ହନିମୁନ୍‌ରେ ଯାଇଥିବା ସମୟରେ ନିଶାଗ୍ରସ୍ତ ହୋଇ ଏତେ ବଡ଼ କାମ କରି ବସିଲେ ଦମ୍ପତି,ନିଶା ଛାଡ଼ିବା ପରେ…

ନୂଆଦିଲ୍ଲୀ : ସବୁ ନବବିବାହିତ ଦମ୍ପତିଙ୍କ ପାଇଁ ହନିମୁନ୍‌ ଯିବାର ସମୟ ଖାସ୍‌ ହୋଇଥାଏ । ଏହି ସମୟରେ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣିବାର ସୁଯୋଗ ପାଇବା ସହ ସାଥୀରେ ବିତାଉଥିବା ମୁହୂର୍ତ୍ତଗୁଡ଼ିକୁ ସ୍ମରଣୀୟ କରିଥାନ୍ତି । କିନ୍ତୁ ଶ୍ରୀଲଙ୍କାକୁ ହନିମୁନ୍‌ରେ ଯାଇଥିବା ଦମ୍ପତି ଯେଉଁ କାମ କରିଛନ୍ତି ତାହା ବୋଧହୁଏ ତାଙ୍କ ସହ ଅନ୍ୟ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ସୂଚନା ମୁତାବକ, ଦମ୍ପତି ଗିନା ଏବଂ ମାର୍କ ଶ୍ରୀଲଙ୍କାକୁ ହନିମୁନ୍‌ରେ ଯାଇଥିବା ବେଳେ ପ୍ରଥମ ରାତିରେ ୧୨ଗ୍ଲାସ ରମ୍‌ ପିଇଥିଲେ । ୧୨ଗ୍ଲାସ ରମ୍‌ ପିଇବା ପରେ ସେ ରହୁଥିବା ହୋଟେଲକୁ କିଣିବା କଥା ଭାବିଥିଲେ । ତାଙ୍କର ଏହି ନିଷ୍ପତ୍ତିି ୨୯ଲକ୍ଷ ଟଙ୍କାର ଥିଲା ବୋଲି ଜଣା ପଡ଼ିଛି ।

Yahoo7 News

“ଯେତେବେଳେ ଆମେ ସମୁଦ୍ର କୁଳରେ ବସି ମଦ ପିଉଥିଲୁ । ସେ ସମୟରେ ଆମେ ରହୁଥିବା ହୋଟେଲକୁ ଲିଜ୍‌ରେ ନେବା କଥା ଭାବିଥିଲୁ । ପରେ ଏହି ହୋଟେଲକୁ ଲିଜ୍‌ରେ ନେବା ପାଇଁ ହେଲେ ବର୍ଷକୁ ୧୦ହଜାର ପାଉଣ୍ଡ ଦେବାକୁ ପଡ଼ିବ ବୋଲି ଜାଣି ଆମେ ତୁରନ୍ତ ହୋଟେଲକୁ ଲିଜ୍‌ରେ ନେବା ପାଇଁ ନିଷ୍ପତ୍ତିି ନେଇଥିଲୁ । କାରଣ ସେ ସମୟରେ ଆମେ ଦୁହେଁ ନିଶାଗ୍ରସ୍ତ ଥିଲୁ । ପରଦିନ ଆମେ ହୋଟେଲ ମାଲିକଙ୍କୁ ଦେଖା କରି ଏ ବିଷୟରେ ଜଣାଇଥିଲୁ । କିଛି ସମୟ କଥା ହେବା ପରେ ସେ ଆମକୁ ହୋଟେଲ ଦେବା ପାଇଁ ରାଜି ହୋଇଥିଲେ । କିନ୍ତୁ ଏଥି ପାଇଁ ୩ ବର୍ଷକୁ ଆମକୁ ୩୦ହଜାର ପାଉଣ୍ଡ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା । ପ୍ରଥମ ବର୍ଷ ପାଇଁ ୧୫ ହଜାର ପାଉଣ୍ଡ ଦେଇ ସାରିଥିବା ବେଳେ ମାର୍ଚ୍ଚ ୨୦୧୯ରେ  ଆମେ ବାକି ୧୫ହଜାର ପାଉଣ୍ଡ ଦେଇ ହୋଟେଲକୁ ଆମ ନାଁ କରିନେବୁ” ବୋଲି ଗିନା କହିଛନ୍ତି । ।

ସମ୍ବନ୍ଧିତ ଖବର