ଡେରାଡୁନ୍: ପ୍ରଥମ ଥର ପାଇଁ ଏକ ଭାରତୀୟ ପ୍ରଜାତିର କୁକୁରକୁ ସେନାବାହିନୀରେ ସାମିଲ କରାଯିବା ନିମନ୍ତେ ତାଲିମ ଦିଆ ଯାଉଛି। ସାଧାରଣତଃ ସେନାରେ ଜର୍ମାନ୍ ସେପ୍ହର୍ଡ, ଲାବ୍ରାଡର୍ ଏବଂ ଗ୍ରେଟ୍ ସ୍ୱିସ୍ ମାଉଣ୍ଟେନ୍ ପ୍ରଜାତିର କୁକୁରମାନେ ସେନାବାହିନୀରେ କାମ କରନ୍ତି। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ମିରଟସ୍ଥିତ ସେନାର ରିମାଉଣ୍ଟ୍ ଏବଂ ଭେଟେରିନାରି କର୍ପସ୍ ଦେଶୀ ପ୍ରଜାତିର ଛଅଟି ମୁଧୋଲ୍ ହାଉଣ୍ଡ୍ଙ୍କୁ ତାଲିମ୍ ଦେଇ ସାରିଛି। ଏ ବର୍ଷ ଶେଷ ସୁଦ୍ଧା ସେମାନଙ୍କୁ ସେନାବାହିନୀରେ ସାମିଲ୍ କରାଯାଇ ଜମ୍ମୁ ଏବଂ କଶ୍ମୀର ଠାରେ ନିଯୁକ୍ତି ଦିଆଯିବ।
କର୍ଣ୍ଣାଟକରୁ ଗତ ବର୍ଷ ସେ କୁକୁରମାନଙ୍କୁ ଆର୍ଭିସିକୁ ପଠାଯାଇଥିଲା। ସେବେଠାରୁ ସେମାନଙ୍କୁ କଠୋର ତାଲିମ୍ ଦିଆଯାଉଛି। ନାମ ଗୋପନ ରଖିବାକୁ ଅନୁରୋଧ କରିଥିବା ସେଠାରେ ନିଯୁକ୍ତ ଜଣେ ଅଧିକାରୀ କହିଛନ୍ତି: ହାଉଣ୍ଡ୍ମାନଙ୍କୁ ତାଲିମ୍ ଦେବା ନିମନ୍ତେ ଆମର କୌଣସି ଗବେଷଣା, ନଥିକରଣ ଅଥବା ଅତୀତ ଅଭିଜ୍ଞତା ନ ଥିବା କାରଣରୁ ଏହା ଏକ ଅଭିନବ ଉପକ୍ରମ। ପ୍ରଥମେ, କିଛି ରୋଗବୈରାଗ ଅଛି କି, ନାହିଁ ଜାଣିବାକୁ କୁକୁରମାନଙ୍କୁ ନିସଙ୍ଗରେ ରଖାଯାଇଥିଲା। ତା’ପରେ ସେମାନଙ୍କୁ ଆଜ୍ଞାନୁବର୍ତ୍ତିତା ତାଲିମ୍ ଦିଆଗଲା ଓ ଯୁଦ୍ଧ ଟିକା ଦିଆଯିବା ପରେ ସ୍ୱତନ୍ତ୍ର ତାଲିମ ଦିଆଗଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା କୁକୁରର ଆଚରଣ ଏବଂ ଦକ୍ଷତା ବୁଝିବା ନିମନ୍ତେ ତାଲିମ୍ଦାତା ଏବଂ ତା’ ମଧ୍ୟରେ ସମ୍ପର୍କ ନିର୍ମାଣ ବୋଲି ସେ କହିଛନ୍ତି।
ଭବିଷ୍ୟତରେ ଅଧିକ ଭାରତୀୟ ପ୍ରଜାତିର କୁକୁର ସାମିଲ କରାଯିବ କି ବୋଲି ପଚାରନ୍ତେ ଅଧିକାରୀ ଜଣକ କହିଲେ, ଏବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବା ବେଳ ନୁହେଁ। ଏଥିପାଇଁ ବହୁ ବିଜ୍ଞାନସମ୍ମତ ଚିନ୍ତା ବ୍ୟବହାର କରାଯାଇଛି।
ଭାରତୀୟ ପ୍ରଜାତିର ମୁଧୋଲ୍ କୁକୁରର ଖାନଦାନ ଅତି ପ୍ରାଚୀନ। ବେଗ, କ୍ଷିପ୍ରତା ଓ ଆକାର ଦୃଷ୍ଟିର ଏହା ଗୋଟିଏ ଉତ୍ତମ ଜଗୁଆଳ କୁକୁର ସମତୁଲ। କିନ୍ତୁ, ଏହାକୁ ଅନ୍ୟ ଯେ କୌଣସି କାର୍ଯ୍ୟ ପାଇଁ ତାଲିମ୍ ନ ଦିଆଯାଇ ପାରିବ ବୋଲି କୁହାଯାଇ ପାରିବ ନାହିଁ। ତାଲିମ ପାଇଁ କୁକୁରମାନଙ୍କୁ ମନୋନୀତ କରିବାବେଳେ, ମିଜାଜ, ଦକ୍ଷତା ଏବଂ ଭବିଷ୍ୟତକୁ ବିଚାରକୁ ନିଆଯାଏ। ତେଣୁ, ଭବିଷ୍ୟତରେ ଅଧିକ ଭାରତୀୟ ପ୍ରଜାତିର କୁକୁରଙ୍କୁ ସେନାରେ ସାମିଲ୍ କରାଯିବ କଥା ଏତେ ଜଲ୍ଦି କହି ହେବ ନାହିଁ।