ବିଶ୍ବର ପ୍ରଥମ ଦେଶ ଭାବେ ବ୍ରିଟିଶ କରୋନା ଭୂତାଣୁର କଲଚର କଲା ଭାରତ

ନୂଆଦିଲ୍ଲୀ : ବ୍ରିଟେନରେ ଚିହ୍ନଟ କରୋନା ଭାଇରସର ପ୍ରକାରକୁ ଆଇସୋଲେଟ ଓ କଲଚର କରିବାରେ ସକ୍ଷମ ହୋଇଛି ଭାରତ । ଏହା ସମଗ୍ର ବିଶ୍ବରେ ପ୍ରଥମ ଘଟଣା ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି ।

ଏକ ଟ୍ବିଟ କରି ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ପୁନେସ୍ଥିତ ଜାତୀୟ ଭୁତାଣୁବିଜ୍ଞାନ ପ୍ରତିଷ୍ଠାନ (ଏନଆଇଭି)ରେ  କରୋନା ଭୁତାଣୁ (ବ୍ରିଟେନ ପ୍ରକାର)କୁ ଆଇସୋଲେଟ (ପୃଥକୀକରଣ) ଓ କଲଚର କରାଯାଇପାରିଛି । ଏହି ନୂଆ ଭୂତାଣୁ ସଂକ୍ରମିତ ବ୍ରିଟେନ ଫେରନ୍ତା ଲୋକମାନଙ୍କଠାରୁ ନମୁନା ସଂଗ୍ରହ କରି ଏହି ପରୀକ୍ଷଣ କରାଯାଇଥିଲା ।

ଆଇସିଏମଆର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ନୂଆ ଭୂତାଣୁ ସଂପର୍କରେ ଜଣାପଡ଼ିବା ପରେ ସାରା ଦେଶରେ ଥିବା ଆଇସିଏମଆରର ନେଟଓ୍ବାର୍କ ମାଧ୍ୟମରେ ତାହା ଉପରେ ନଜର ରଖାଯାଇଥିଲା ଓ ନମୁନା ସଂଗ୍ରହ କରାଯାଇଥିଲା । ଆଇସିଏମଆର-ଏନଆଇଭିର ବୈଜ୍ଞାନିକମାନେ ସଫଳତାର ସହ ଭେରୋ ସେଲ ଲାଇନ ବ୍ୟବହାର କରି ଏହି ଭୂତାଣୁର କଲଚର କରିବାକୁ ସକ୍ଷମ ହୋଇଥିଲେ । ବିଶ୍ବର କୌଣସି ଦେଶ ଏ ପର୍ଯ୍ୟନ୍ତ ଏହା କରିବାକୁ ସକ୍ଷମ ହୋଇନାହାନ୍ତି ।  ଗୋଟିଏ ଭୂତାଣୁର କଲଚର ପରେ ତା ସମ୍ପର୍କରେ ଅଧିକ ତଥ୍ୟ ମିଳିଥାଏ ଓ ଫଳରେ ତାହାର ନିରାକରଣ ବାହାର କରିବା ସମ୍ଭବ ହୋଇଥାଏ ।

ସମ୍ବନ୍ଧିତ ଖବର