ନୂଆଦିଲ୍ଲୀ: ଟୋକିଓରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରଥମ ଥର ଲାଗି ଯୋଗ ଦେଇଛନ୍ତି ଜାପାନର ବୈଦେଶିକ ମନ୍ତ୍ରୀ ତାରୋ କୋନୋ। ଭାରତର ‘ଆକ୍ଟ୍ ଇଷ୍ଟ୍ ପଲିସି’କୁ ଅଭିନନ୍ଦିତ କରିଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦେଶ।
ଭାରତର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୋନୋ ଗୁରୁତ୍ୱ ଦେଇ କହିଥିଲେ କି, ଗଣତନ୍ତ୍ର, ଜାପାନ ଓ ଭାରତ ହେଉଛନ୍ତି ମାନବିକ ଅଧିକାର ଏବଂ ଆଇନ୍ର ଶାସନ ଆଦି ମୂଲ୍ୟବୋଧ ବିନିମୟ କରୁଥିବା ଅଂଶୀଦାର ଦେଶ।
ଜାପାନର ‘ଫ୍ରି ଆଣ୍ଡ୍ ଓପେନ୍ ଇଣ୍ଡୋ ପାସିଫିକ୍ ଷ୍ଟ୍ରାଟେଜି’କୁ ଉତ୍ସାହିତ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ଶ୍ରେଷ୍ଠ ବୋଲି କୋନୋ କହିଥିଲେ। ୨୦୧୭ରେ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ବହୁ ସକାରାତ୍ମକ ଉନ୍ନତି ହୋଇଛି ବୋଲି ସେ କହିଛନ୍ତି।
ଜାପାନସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ସୁଜନ ଚିନୟ କହିଛନ୍ତି ଯେ ଭାରତ ସରକାରଙ୍କ ଆମନ୍ତ୍ରଣ କ୍ରମେ ଗତବର୍ଷ ଭାରତ ଗସ୍ତରେ ଯାଇଥିବା କୋନୋ ନିଜର ଅନୁଭୂତି ବଖାଣି ଥିଲେ। ସେ କହିଥିଲେ କି ଭାରତରେ ପ୍ରାୟ ୧୪୦୦ ଜାପାନି କମ୍ପାନି ଅଛନ୍ତି ଓ ପ୍ରାୟ ୪୮୦୦ ଜାପାନି ଅଫିସ ରହିଛି। ସେ କହିଥିଲେ କି ୨୦୧୭ ବର୍ଷରେ ଜାପାନ ଓ ଭାରତରେ ପ୍ରାୟ ୨୦୦ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/62668754.jpg)