ଭାରତରେ ପ୍ରଥମ: କେରଳରେ କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ତିରୁଅନନ୍ତପୁରମ: କିଛି ଦିନ ତଳେ ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନଥିବା ନେଇ ଭାରତ ସରକାର ଦାବି କରିଥିଲେ | କିଛି କିଛି ସ୍ଥାନରେ ଲୋକେ ସ୍ଥାନୀୟ ସଂକ୍ରମଣର ଶିକାର ହେଉଛନ୍ତି କିନ୍ତୁ ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା ନେଇ ସ୍ପଷ୍ଟ କରିଥିଲେ ସରକାର | କିନ୍ତୁ ଏବେ ଭାରତରେ କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ସୂଚନା ମିଳିଛି | କେରଳରେ ପ୍ରଥମ କରି କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ | କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ, ରାଜଧାନୀ ତିରୁଅନନ୍ତପୁରମର ଦୁଇଟି ଉପକୂଳବର୍ତ୍ତୀ ବସ୍ତିରେ କୋଭିଡ -୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ଏବଂ ଲୋକଙ୍କୁ ଅତିରିକ୍ତ ସଜାଗ ରହିବାକୁ କୁହାଯାଇଛି।

COVID-19 community transmission confirmed in Kerala, situation ...
New Indian Express

“ତିରୁଅନନ୍ତପୁରମର ଅବସ୍ଥା ବାସ୍ତବରେ ଗୁରୁତର। ପୁନ୍ଥୁରା ଏବଂ ପୁଲୁଭିଲା ନାମକ ଦୁଇଟି ଅଞ୍ଚଳରେ କୋଭିଡ -୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି। ପୁନ୍ଥୁରାରେ ୫୦ଜଣଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା | ସେହିଭଳି ପୁଲୁଭିଲାରେ ୫୭ଜଣଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୮ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ |

ଗୋଷ୍ଠୀ ସଂକ୍ରମଣର ହେଉଛି କୋଭିଡ -୧୯ର ତୃତୀୟ ପର୍ଯ୍ୟାୟ ଏବଂ ଏହି ପର୍ଯ୍ୟାୟରେ ଉତ୍ପତ୍ତି ଉତ୍ସ ଜଣା ପଡେନାହିଁ। ଏହି ପର୍ଯ୍ୟାୟରେ କୌଣସି ଯାତ୍ରା ଇତିହାସ ନ ଥିବା କିମ୍ବା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସି ନଥିବା ବା ସଂକ୍ରମିତ ଅଞ୍ଚଳକୁ ନ ଯାଇ ଲୋକେ କରୋନା ଆକ୍ରାନ୍ତ ହୋଇଥାନ୍ତି |

ସମ୍ବନ୍ଧିତ ଖବର