ଆବଶ୍ୟକ ପଡ଼ିବନି କବଲା, ଆଧାର ଭଳି ଦିଶୁଥିବା କାର୍ଡରେ ରହିବ ସମସ୍ତ ସମ୍ପତ୍ତିର ବିବରଣୀ

ନୂଆଦିଲ୍ଲୀ: ଏବେ ପାଖରେ ରଖିବାକୁ ପଡ଼ିବନି ଜମି କବଲା। ସମ୍ପତ୍ତିର ବିଭିନ୍ନ ପ୍ରକାରର କାଗଜପତ୍ର ମଧ୍ୟରେ ଆପଣ ଆଉ ଫସି ରହିବେନି। ଏବେ ଆଧାର କାର୍ଡ ଭଳି ଦେଖାଯାଉଥିବା ଏକ କାର୍ଡରେ ଆପଣଙ୍କ ସମ୍ପତ୍ତିର ସମସ୍ତ ବିବରଣୀ ରହିବ। ଯେଉଁଭଳି ଏଟିଏମ କାର୍ଡ ମାଧ୍ୟମରେ ଆପଣ ଟଙ୍କା ଉଠାଣ ସହ ଆକଉଣ୍ଟରେ କେତେ ଟଙ୍କା ରହିଛି ଜାଣି ପାରୁଛନ୍ତି, ସେହିଭଳି ଆପଣ ସରକାରଙ୍କ ଦ୍ବାରା ଦିଆଯିବାକୁ ଥିବା କାର୍ଡ ମାଧ୍ୟମରେ ଭୂସମ୍ପତ୍ତିର ସମସ୍ତ ବିବରଣୀ ପାଇ ପାରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ୭୬୩ ଗାଁର ୧୩୨,୦୦୦ ଲୋକଙ୍କୁ ଭୂସମ୍ପତ୍ତିର ବିବରଣୀ ଥିବା କାର୍ଡ ପ୍ରଦାନ କରିବେ। ଡ୍ରେ‌ାନ କ୍ୟାମେରା ମ୍ୟାପିଂ ସାହାଯ୍ୟରେ ସମ୍ପତ୍ତିର ବିବରଣୀ ନିଆଯାଇ ଏହି କାର୍ଡରେ ସ୍ଥାନିତ କରାଯାଇଥିବା ଜଣାପଡ଼ିଛି। ଏହି ସୁବିଧା ଦ୍ବାରା ବର୍ଷ ବର୍ଷ ଧରି ଚାଲିଥିବା ସମ୍ପତ୍ତି ବିବାଦର ଅନ୍ତ ଘଟିବ ବୋଲି ଆଶା କରାଯାଉଛି। ଏସଭିଏମଆଇଟିଭିଏ ଯୋଜନା ଅଧିନରେ ଏହି ସୁବିଧା ଜମି ମାଲିକମାନଙ୍କୁ ଦେଉଛନ୍ତି ସରକାର।

Swamitva Yojana Explained (Svamitva Scheme) - Paper Tyari
Paper Tyari

ମ୍ୟ‌ାପିଂ କାମ ଏପ୍ରିଲ୍ ୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା “ଏସଭିଏମଆଇଟିଭିଏ” ପ୍ରକଳ୍ପ ଅଧୀନରେ ଆରମ୍ଭ ହେବ ଏବଂ ୨୦୨୪ସୁଦ୍ଧା ୬.୪୦ ଲକ୍ଷ ଗାଁର ସମସ୍ତ ଜନବହୁଳ ଅଞ୍ଚଳକୁ ମ୍ୟାପିଂ କରାଯିବ। ସମ୍ପତ୍ତି କାର୍ଡ ଦିଆଯାଉଥିବା  ୭୬୩ଟି ଗାଁ ମଧ୍ୟରେ, ହରିୟାଣାରୁ ୨୨୧, କର୍ଣ୍ଣାଟକରୁ ୨ଟି, ମହାରାଷ୍ଟ୍ରରୁ ୧୦୦, ମଧ୍ୟ ପ୍ରଦେଶରୁ ୪୪, ଉତ୍ତର ପ୍ରଦେଶରୁ ୩୪୬ ଏବଂ ଉତ୍ତର ପ୍ରଦେଶର ୫୦ଟି ଗାଁର ଲୋକ ଏହି କ‌ାର୍ଡ ପାଇବେ।

ସମ୍ବନ୍ଧିତ ଖବର