ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ସିନ୍ଦେ, ଆମ ବିଧାୟକଙ୍କ ପରିବାରକୁ ସୁରକ୍ଷା ଦିଅ

ମୁମ୍ବାଇ: ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଏବଂ ରାଜ୍ୟ ଡିଜିପିଙ୍କୁ ଚିଠି ଲେଖିଛନ୍ତି। ୩୮ ବିଧାୟକଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷାକୁ ବେଆଇନ ଭାବେ ପ୍ରତ୍ୟାହାର କରାଯାଇଛି ବୋଲି ସିନ୍ଦେ କହିଛନ୍ତି। ସେ କହିଛନ୍ତି, ବିଧାୟକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ବ। ଆମେ ଏବେ ବିଧାୟକ ଅଛୁ। କିନ୍ତୁ ପ୍ରୋଟକଲ୍‌ ଅନୁଯା‌ୟୀ ଆମକୁ ଏବଂ ଆମ ପରିବାର ସଦସ୍ୟଙ୍କୁ ମିଳିଥିବା ସୁରକ୍ଷାକୁ ବେଆଇନ ଭାବେ ପ୍ରତ୍ୟାହାର କରାଯାଇଛି। ପ୍ରତିଶୋଧମୂଳକ ଭବେ ଏହା କରାଯାଇଛି। ସଂଜୟ ରାଉତ ପୂର୍ବରୁ ଧମକ ଦେଇ ସାରିଛନ୍ତି ଯେ ମହାରାଷ୍ଟ୍ର ଛାଡ଼ିଥିବା ନେତା ରାଜ୍ୟକୁ ଫେରିଲେ ରାଜ୍ୟରେ ବୁଲିବା କଷ୍ଟକର ହୋଇଯିବ । ରାଉତଙ୍କ ଏହି ଧମକ ପରେ ୨ଜଣ ବିଦ୍ରୋହୀ ବିଧାୟକଙ୍କ ଅଫିସ୍‌ ଭଙ୍ଗାରୁଜା କରାଯାଇଛି। ଇତି ମଧ୍ୟରେ ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ତୁମେ ବିଧାୟକ ତେଣୁ ତୁମକୁ ସୁରକ୍ଷା ଦିଆଯାଇଛି। କିନ୍ତୁ ତୁମ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦିଆଯିବ ନାହିଁ। ଇତି ମଧ୍ୟରେ ମୁମ୍ବାଇ ପୁଲିସ ସହରରେ ହାଇଆଲର୍ଟ ଜାରି କରିଛି।

ସମ୍ବନ୍ଧିତ ଖବର