ପ୍ୟୋଙ୍ଗ୍ୟାଙ୍ଗ୍: ଯୁକ୍ତରାଷ୍ଟ୍ର ଆମେରିକାକୁ ଅମାନ୍ୟ କରିବା ଓ ‘ଆଣବିକ ନୀତିକୁ ସ୍ଥାୟୀ’ କରିବା ଲାଗି ଉତ୍ତର କୋରିଆ ତା’ର ସମ୍ବିଧାନ ସଂଶୋଧନ କରିବ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଏ ସଂକ୍ରାନ୍ତରେ ‘ସୁପ୍ରିମ୍ ପିପୁଲ୍ସ୍ ଆସେମ୍ବ୍ଲି’ର ଏକ ଅଧିବେଶନରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ କହିଛନ୍ତି, ପ୍ୟୋଙ୍ଗ୍ୟାଙ୍ଗ୍ର ଆଣବିକ ଶକ୍ତି ଅଭିଳାଷକୁ ଅବରୁଦ୍ଧ କରି ଏହି ବ୍ୟବସ୍ଥାକୁ ନଷ୍ଟ କରି ଦେବା ପାଇଁ ଆମେରିକା ଓ ତା’ର ମିତ୍ରରାଷ୍ଟ୍ରମାନେ ଚଳାଇଥିବା ଉଦ୍ୟମକୁ ମୁକାବିଲା କରିବା ଲାଗି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
Image Courtesy of Times Nowଆଜି ‘କୋରିଆନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ କରିଥିବା ରିପୋର୍ଟ ଅନୁସାରେ, ସେ ପୁଣି କହିଛନ୍ତି ଯେ, ରାଷ୍ଟ୍ରର ମୌଳିକ ଆଇନ ଭଳି ଉତ୍ତର କୋରିଆର ଆଣବିକ ‘ଫୋର୍ସ-ବିଲଡିଙ୍ଗ୍’ ନୀତିକୁ ସ୍ଥାୟୀ କରାଯାଇଛି। ଏହାକୁ କେହି ଅମାନ୍ୟ କରିପାରିବେ ନାହିଁ।
ଏଥି ସହିତ କିମ୍ କହିଛନ୍ତି, ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି, ଆଣବିକ ଅସ୍ତ୍ର ଆକ୍ରମଣ ପଦ୍ଧତ୍ତିର ବିବିଧତା ଓ ସେସବୁକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରିବା ନିମନ୍ତେ ଅଧିକ କାର୍ଯ୍ୟ କରାଯିବା ଆବଶ୍ୟକ।
ସୂଚନାଯୋଗ୍ୟ, କୌଣସି ସମ୍ଭାବ୍ୟ ଆକ୍ରମଣରୁ ଆତ୍ମରକ୍ଷା ନିମନ୍ତେ ଆବଶ୍ୟକ ପରମାଣୁ ଅସ୍ତ୍ର ବ୍ୟବହାର କରିବା ଲାଗି ଉତ୍ତର କୋରିଆ ଆଇନ ପାସ୍ କରିବାର ପ୍ରାୟ ବର୍ଷକ ପରେ ଏଭଳି ସମ୍ବିଧାନ ସଂଶୋଧନ କରିବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/kim-1.jpg)