ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା। ମହିଳା ନୁହେଁ, ଜଣେ ପୁରୁଷ ଗର୍ଭବତୀ ହୋଇଛନ୍ତି। ଏହି  ବ୍ୟକ୍ତି ଜଣକ ୩୬ ବର୍ଷରୁ ଅଧିକ ସମୟ ଧରି ନିଜ ଗର୍ଭରେ ଜଣେ ଶିଶୁକୁ ଧାରଣ କରିଥିବା ଜଣାପଡ଼ିଛି । ସଞ୍ଜୁ ଭାଗବତଙ୍କ କ୍ଷେତ୍ରରେ ଏହି ଅତି ବିରଳ ଘଟଣା ଚିହ୍ନଟ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଏକ ନିଆରା ଶାରୀରିକ ବିଲକ୍ଷଣ, ଯାହାକୁ ଡାକ୍ତରୀ ଭାଷାରେ ‘ଫେଟସ୍‌ ଇନ୍‌ ‌ଫେଟୁ’ କହାଯାଇଥାଏ।

Advertisment

ନାଗପୁରର ସଞ୍ଜୁ ଭାଗବତ ନାମକ ଜଣେ ବ୍ୟକ୍ତି ୩୬ ବର୍ଷ ଧରି ଏପରି ଏକ ବିରଳ ଅବସ୍ଥା ଦେଇ ଗତି କରୁଛନ୍ତି। ଏହି ବିରଳ ଅବସ୍ଥା ପ୍ରାୟ ୫୦୦,୦୦୦ଙ୍କ ମଧ୍ୟରେ ଜଣଙ୍କଠାରେ ଦେଖାଯାଏ। ଦୁଇ ଜଣ ପିଲା ପେଟରେ ଥିବା ବେଳେ ଯଦି ଜଣେ ଯାଆଁଳା ଅନ୍ୟ ଜଣଙ୍କ ପେଟରେ ରହିଯାଏ ତ ଏପରି ବିରଳ ଘଟଣା ଘଟିଥାଏ। ଏହାକୁ ‘ଫେଟସ୍‌ ଇନ୍‌ ‌ଫେଟୁ’ ବୋଲି ଅଭିହିତ କରାଯାଏ।  ସରଳରେ କହିବାକୁ ଗଲେ, ଏହି ଅବସ୍ଥାରେ ଯାଆଁଳା ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଅନ୍ୟ ଜଣଙ୍କ ପେଟରେ ବଢ଼ିଥାଏ। ଏହି ଘଟଣା ଜଣାପଡ଼ିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି।

ଜନ୍ମପରେ ସଞ୍ଜୁ ଧୀରେ ଧୀରେ ବଡ଼ ହେବା ସାଥେ ସାଥେ ତାଙ୍କ ପେଟ ବଢ଼ିବାକୁ ଲାଗିଲା। ତାଙ୍କ ବଢୁଥିବା ପେଟ ଦେଖି ତାଙ୍କୁ ସାଙ୍ଗସାଥୀମାନେ ଚିଡ଼ାଇବାକୁ ଲାଗିଲେ। ମାତ୍ର ସେ ଏହାକୁ ଗୁରୁତ୍ବ ଦେଇନଥିଲେ। ମାତ୍ର ସଞ୍ଜୁଙ୍କୁ ୨୦ ବର୍ଷ ହୋଇଥିବା ବେଳେ ସେ ଡାକ୍ତରଙ୍କ ପାଖକୁ ଯିବାରୁ ଡାକ୍ତର ପ୍ରଥମେ ତାଙ୍କ ପେଟରେ ଏକ ବଡ଼ ଟ୍ୟୁମର୍‌ ଥିବା ଅନୁମାନ କରିଥଲେ। ପରେ ଏହା ଏକ କର୍କଟ ବୋଲି ଭାବି ତାଙ୍କର ଅସ୍ତ୍ରୋପଚାର କରିବାକୁ ଭାବିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି, ପରୀକ୍ଷା ବେଳେ ତାଙ୍କ ପେଟରେ ଏକ ମାନବ ଶିଶୁ ଥିବା ଦେଖିବାକୁ ମିଳିଥିଲା।