ଏହି କାରଣରୁ ପତ୍ନୀଙ୍କ ସମ୍ମତି ବିନା ଭଉଣୀକୁ କିଡ୍‌ନି ଦେବାକୁ ପତିଙ୍କୁ ଅନୁମତି ଦେଲେ ତେଲେଙ୍ଗାନା ହାଇକୋର୍ଟ

ହାଇଦ୍ରାବାଦ୍: ଅଙ୍ଗ ପ୍ରତିରୋପଣ ମାମଲା ପାଇଁ ପତି-ପତ୍ନୀଙ୍କ ସମ୍ମତି ବାଧ୍ୟତାମୂଳକ ହୋଇଥିବା ବେଳେ ତେଲେଙ୍ଗାନା ହାଇକୋର୍ଟ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଅସୁସ୍ଥ ଭଉଣୀକୁ କିଡନି ଦାନ କରିବାକୁ ମଞ୍ଜୁରୀ ଦେଇଛନ୍ତି, ତାହା ପୁଣି ତାଙ୍କ ପତ୍ନୀଙ୍କ ଅନୁମତି ବିନା।

ପତି-ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଥିବା ହେତୁ ଏବଂ ଦୁହିଁଙ୍କ ମଧ୍ୟରେ ସଂପର୍କ ତିକ୍ତ ହୋଇଥିବା ହେତୁ ପତିଙ୍କ ଅଙ୍ଗଦାନ ନିଷ୍ପତ୍ତିରେ ପତ୍ନୀଙ୍କ ସଂପୃକ୍ତିର ଆବଶ୍ୟକତା ନାହିଁ ‌ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଅଦାଲତ ପତ୍ନୀଙ୍କ ଦସ୍ତଖତ ବିନା ସମ୍ମତି ଫର୍ମରେ କିଡନି ଦାନ କରିବାକୁ ଅନୁମତି ଦେଇଛନ୍ତି।

ଜଷ୍ଟିସ୍ ଟି ଅମରନାଥ ଗୌଡ଼ ରାଜ୍ୟ କର୍ତ୍ତୃପକ୍ଷ ଏବଂ ଆପୋଲୋ ହସପିଟାଲକୁ ନିର୍ଦ୍ଦେଶ ଦେଇ କିଡ୍‌ନିଦାତାଙ୍କ ଭଉଣୀ ମାଧୁରୀଙ୍କର ପ୍ରତିରୋପଣ କରି ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ରାମକୃଷ୍ଣପୁରମର ବାସିନ୍ଦା ଭେଙ୍କଟ ଏବଂ ତାରନକାରେ ରହୁଥିବା ତାଙ୍କ ସାନ ଭଉଣୀ ମାଧୁରୀ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଯେ ସେମାନେ ଭାଇଭଉଣୀ ଓ ଭେଙ୍କଟ  କିଡନି ଦାନ ଲାଗି ସହମତ ଅଟନ୍ତି। ଏହାରକୁ ବିଚାର କରି ଅଦାଲତ ସେମାନଙ୍କ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

 

ସମ୍ବନ୍ଧିତ ଖବର