ନବବର୍ଷ ପୂର୍ବ ସନ୍ଧ୍ୟାରେ ସଂକ୍ଷିପ୍ତ ପୋଷାକ ନ ପିନ୍ଧିବାକୁ ମହିଳାମାନଙ୍କୁ ବଡ଼ୋଦରା ପୁଲିସର ପରାମର୍ଶ

0

ବଡ଼ୋଦରା: ନବବର୍ଷ ପୂର୍ବ ସନ୍ଧ୍ୟାରେ ଛୋଟ ପୋଷାକ ନ ପିନ୍ଧିବାକୁ ବଡ଼ୋଦରରା ପୁଲିସ ଅଧିକାରୀମାନେ ମହିଳାମାନଙ୍କ ସୁରକ୍ଷା ପାଇଁ ଜାରିକରିଥିବା ଉପଦେଶାବଳୀରେ ପରାମର୍ଶ ଦେଇଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି: ଲୋକେ ଏମିତି କିଛି କାମ କରନ୍ତୁ ନାହିଁ ଯାହା ପିଲାଙ୍କ ଉପରେ ଏବଂ ସୁସଂସ୍କାରୀ ସମାଜ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ନାରୀମାନଙ୍କ ସୁରକ୍ଷା ପାଇଁ କ’ଣ କରିବା ଓ ନ କରିବା ଉଚିତ- ସେ ତାଲିକାରେ ଏକଥା ଉପରେ ଆଲୋକପାତ କରିଛି ପୁଲିସ।

ବଡ଼ୋଦରା ପୁଲିସ କମିସନର ଅନୁପମ ସିଂହ ଘାଲୌଟ୍‌ ଜାରି କରିଥିବା ବିଜ୍ଞପ୍ତିରେ ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ ଓ ବିଶୃଙ୍ଖଳ ଆଚରଣ ନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତିବର୍ଷ ନବବର୍ଷକୁ ସ୍ୱାଗତ କରିବା ନିମନ୍ତେ ଡିସେମ୍ବର ୩୧ ତାରିଖ ପାଳନ କରିବା ବାହାନାରେ ଅସାମାଜିକ ତତ୍ତ୍ୱମାନେ ନିଜେ ବା ସେମାନଙ୍କ ଚିହ୍ନାପରିଚୟ ଲୋକମାନଙ୍କ ଦ୍ୱାରା ନାନା ପ୍ରକାରର ପାର୍ଟି ଆୟୋଜନ କରୁଛନ୍ତି। ଏହି ପାର୍ଟିରେ ନିଶାମିଶ୍ରିତ ପାନୀୟ, ଅଶୋଭନୀୟ ଆଚରଣ ଓ ଭଙ୍ଗୀ ଆଦି ଚାଲୁଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ରାତି ୧୦ଟା ପରେ ଡାକବାଜି ଯନ୍ତ୍ର ବଜାଇବା ଓ ଆତସବାଜି ଫୁଟାଇବାକୁ ମଧ୍ୟ ବାରଣ କରାଯାଇଛି। ପାର୍ଟି ଆୟୋଜନ କରୁଥିବା ଲୋକେ ସିସିଟିଭି କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି।

ସର୍ବୋପରେ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଅଶୋଭନୀୟ ଓ ଅଶାଳୀନ ଢଙ୍ଗରେ ‘ଅଙ୍ଗ ପ୍ରଦର୍ଶନ’ ହେଉଛି ବଡ଼ ଗର୍ହିତ କଥା। ଏହାକୁ ନିଷିଦ୍ଧ କରାଯିବାର କାରଣ ହେଉଛି, ତାହା ପିଲାମାନଙ୍କ ଉପରେ କୁପ୍ରଭାବ ପକାଏ। କିନ୍ତୁ ଏହା କେଉଁ ପ୍ରକାର ଅଙ୍ଗ ପ୍ରଦର୍ଶନ ତାହା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇ ନାହିଁ। ସେ ଯାହାହେଉ, ସମସ୍ତଙ୍କ ନିରାପତ୍ତା ନିମନ୍ତେ ସହରରେ ୪୦ଟି ଚେକ୍‌ ପୋଷ୍ଟ୍‍ କରାଯିବା ସହ ୧୦୦୦ ପୁଲିସ କର୍ମଚାରୀ ଡିୟୁଟିରେ ରହିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.