ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣର ବ୍ୟାପକତା ଦିନକୁ ଦିନ କମିବାର ନାଁ ନେଉ ନଥିବାରୁ ମୁଖ୍ୟମନ୍ତ୍ରୀ ଵାଇ ଏସ୍ ଜଗନ ମୋହନ ରେଡ୍ଡିଙ୍କ ସରକାର ସଂକ୍ରମଣ ହ୍ରାସ ଲାଗି ରାଜ୍ୟରେ ଜାରି ହୋଇଥିବା କୋଭିଡ୍ କର୍ଫ୍ୟୁକୁ ସୋମବାର ଚଳିତ ମାସ ଶେଷ ଯାଏ ସମ୍ପ୍ରସାରିତ କରିଛନ୍ତି। ପୂର୍ବରୁ ଆଗାମୀ ୧୮ ତାରିଖ ଯାଏ ସେଠାରେ କର୍ଫ୍ୟୁ ବଲବତ୍ତର ରହିଥିଲା ବେଳେ ରାଜ୍ୟରେ ପଜିଟିଭିଟି ହାର ୨୦ ପ୍ରତିଶତ ଉପରେ ରହିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି।
ଗତ ରବିବାର ରାଜ୍ୟରେ ୨୪,୧୭୧ଟି ନୂତନ ସଂକ୍ରମଣ ଦେଖାଯାଇଛି ଯାହା ମହାମାରୀର ଆବିର୍ଭାବ ପରଠାରୁ ସର୍ବାଧିକ ବୋଲି ଜଣାଯାଇଛି। ଆଗାମୀ କର୍ଫ୍ୟୁ ସମ୍ପ୍ରସାରିତ ଅବଧି ମଧ୍ୟରେ ପୂର୍ବର କଟକଣା ସବୁ କାଏମ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଦୋକାନ ବଜାର ସବୁ ପ୍ରତ୍ୟହ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଖୋଲାଯାଇପାରିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/night-curfew-1.jpg)