ନୂଆଦିଲ୍ଲୀ: ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଥିବା ଏକ ଆନିମେଟେଡ୍ ଭିଡିଓରେ ସେ ନିଜେ ଯୋଗ କରୁଥିବା ଦେଖା ଯାଉଛି। ଜୁନ୍ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଲୋକମାନଙ୍କୁ ପ୍ରେରଣା ଦେବା ଏହି ଭିଡିଓର ଲକ୍ଷ୍ୟ।
ଆନିମେଟେଡ୍ ଭିଡିଓରେ ଦେଖାଯାଉଛି ପ୍ରଧାନମନ୍ତ୍ରୀ ମୋଦୀ ତ୍ରିକୋଣାସନ କରୁଛନ୍ତି।
On 21st June, we will mark #YogaDay2019.
I urge you all to make Yoga an integral part of your life and also inspire others to do the same.
The benefits of Yoga are tremendous.
Here is a video on Trikonasana. pic.twitter.com/YDB6T3rw1d
— Narendra Modi (@narendramodi) June 5, 2019
ସେ ଟୁଇଟ୍ କରିଛନ୍ତି: ଜୁନ୍ ୨୧ ତାରିଖ ଦିନ ଆମେ ଯୋଗ ଦିବସ ୨୦୧୯ ପାଳିବା। ଯୋଗକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଅନ୍ୟମାନଙ୍କୁ ଯୋଗ କରିବା ନିମନ୍ତେ ପ୍ରେରଣା ଦେବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି। ଯୋଗର ଉପକାରିତା ବ୍ୟାପକ। ଏଇ ପୋଷ୍ଟ୍ରେ ତ୍ରିକୋଣାସନ ଉପରେ ଭିଡିଓଟିଏ ରହିଛି।
ଗତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗାସନ ଉପରେ କେତେଗୁଡ଼ିଏ କ୍ଲିପ୍ ପୋଷ୍ଟ୍ କରିଥିଲେ।
ଏ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଜାତୀୟ କାର୍ଯ୍ୟକ୍ରମ ଲାଗି ସରକାର ଦିଲ୍ଲୀ, ଶିମଳା, ଅହମଦାବାଦ ଓ ରାଞ୍ଚି ଆଦି ସହରକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିଛି। ନରେନ୍ଦ୍ର ମୋଦୀ ଦ୍ୱିତୀୟ ବାର ପ୍ରଧାନମନ୍ତ୍ରୀ ହୋଇ କ୍ଷମତାକୁ ଆସିବା ପରେ ଏହା ହେବ ସରକାରଙ୍କ ବିଶାଳ ସର୍ବସାଧାରଣ କାର୍ଯ୍ୟକ୍ରମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Yoga.jpg)