ଏପ୍ରିଲରେ ଦୈନିକ ୮୦ ହଜାର କରୋନା ମାମଲା

ୱାସିଂଟନ: ସାରା ବିଶ୍ବରେ ଅଦ୍ୟାବଧି ପ୍ରାୟ ସାଢେ଼ ୪୦ ଲକ୍ଷ ଲୋକଙ୍କୁ ଘାଇଲା କରିବା ସହ ୨ଲକ୍ଷ ୭୭ ହଜାରରୁ ଅଧିକ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍-୧୯ ଗତ ଏପ୍ରିଲ ମାସରେ ଦୈନିକ ହାରାହାରି ୮୦ ହଜାର ଲୋକଙ୍କୁ ସଂକ୍ରମିତ କରିଛି। ଭାରତ, ବାଂଲାଦେଶ ପରି ଦକ୍ଷିଣ ଏସୀୟ ଦେଶରେ ଏହାର ପ୍ରକୋପ ପୂର୍ବାପେକ୍ଷା ବଢ଼ିଛି ଏବଂ ପଶ୍ଚିମ ୟୁରୋପରେ ଏହାର ସଂକ୍ରମଣ ମାତ୍ରା କମିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ରିପୋର୍ଟରୁ ଜଣାଯାଇଛି। ତେବେ ପ୍ରତ୍ୟେକ ନୂଆ ମାମଲାକୁ ସଂକ୍ରମଣର ଜଣେ ପିତା, ମାତା, ଭ୍ରାତା, ଭଗ୍ନୀ କିମ୍ବା ବନ୍ଧୁ ଭାବେ ଧରିନେବାକୁ ହେବା ଅର୍ଥାତ୍ ଜଣେ ନୂଆ ସଂକ୍ରମିତଙ୍କୁ ଗୋଟିଏ ସଂକ୍ରମଣର କେନ୍ଦ୍ର ଭାବେ ବିଚାରି ତଦନୁସାରେ ପଦକ୍ଷେପ ନେବାକୁ ହେବ ବୋଲି ‘ହୁ’ ମହାନିର୍ଦ୍ଦେଶକ ଟେଡ୍ରସ୍‌ ଆଧାନମ୍ ଘେବ୍ରେୟେସସ୍‌ କହିଛନ୍ତି। ତେବେ ବିଭିନ୍ନ ଦେଶର କର୍ତ୍ତୃପକ୍ଷ ଏହାକୁ କିପରି ପରିଚାଳନା କରୁଛନ୍ତି ତାହା ଉପରେ ହିଁ ସେହି ଦେଶରେ କରୋନାଭୂତାଣୁର ସ୍ଥିତି ନିର୍ଭର କରେ ବୋଲି ସେ ଟିପ୍ପଣୀ ଦେଇଛନ୍ତି।

ସମ୍ବନ୍ଧିତ ଖବର