ଅଯୋଧ୍ୟାରେ ସ୍ଥାପନ ହେବ ଭଗବାନ ରାମଙ୍କ ୧୦୦ ମିଟର ଉଚ୍ଚ ପ୍ରତିମୂର୍ତ୍ତି

ଲକ୍ଷ୍ନୌ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ୧୦୦ ମିଟର ଉଚ୍ଚ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ୩୩୦ କୋଟି ଟଙ୍କା ବ୍ୟୟରେ ଭଗବାନ ରାମଙ୍କ ଏହି ପ୍ରତିମା ସ୍ଥାପନ କରାଯିବ ଏବଂ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ବହୁତ ବଡ଼ ପଦକ୍ଷେପ ହେବ ବୋଲି ସରକାର କହିଛନ୍ତି। ସରଜୁ ନଦୀ ତଟରେ ସ୍ଥାପିତ ହେବାକୁ ଥିବା ଏହି ବିଶାଳ ପ୍ରତିମୂର୍ତ୍ତି ସଂପର୍କରେ କେନ୍ଦ୍ର ପର୍ଯ୍ୟଟନ ବିଭାଗକୁ ସବିଶେଷ ତଥ୍ୟ ଅବଗତ କରାଯାଇଛି । ରାଜ୍ୟପାଳ ରାମ ନାଏକଙ୍କୁ ଏହି ପ୍ରକଳ୍ପ ସଂପର୍କରେ ମଧ୍ୟ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଏ ବାବଦରେ ଜାତୀୟ ଗ୍ରୀନ୍‌ ଟ୍ରିବୁନାଲର ମଂଜୁରି ପାଇଁ ଆବେଦନ କରାଯିବ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ମହାନିର୍ଦ୍ଦେଶକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର