ଲକଡାଉନ ୪.୦: ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ‘ନାଇଟ୍ କର୍ଫ୍ୟୁ’ ନିୟମ, ମେ ୩୧ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

କୋଲକାତା: ପଶ୍ଚିମବଙ୍ଗ ସରକାର ସୋମବାର ଲକଡାଉନର ଅବଧି ମେ ୩୧ପର୍ଯ୍ୟନ୍ତ ବଢ଼ାଇଛନ୍ତି | ତେବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା କିଛି ନିର୍ଦେଶାବଳୀକୁ ମମତା ସରକାର ନିଜ ରାଜ୍ୟରେ ଲାଗୁ କରିନଥିବା ଜଣା ପଡିଛି । ଗତକାଲି କେନ୍ଦ୍ର ସରକାର ଲକଡାଉନର ଅବଧି ବଢାଇବା ସହ ଲକଡାଉନ ୩.୦ ଭଳି ଲକଡାଉନ ୪.୦ରେ ନାଇଟ୍ କର୍ଫ୍ୟୁ ନିୟମ ବଳବତ୍ତର ରହିବ ବୋଲି କହିଥିଲେ | ଏହା ସହ କେଉଁ ଜୋନରେ କେଉଁ ସେବା ଆରମ୍ଭ ହେବ ଏବଂ କେଉଁ ସେବା ବନ୍ଦ ରହିବ, ସେ ନେଇ ନିଷ୍ପତି ନେବାର ଦାୟିତ୍ୱ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ଦେଇଥିଲେ | ଆଜି ପଶ୍ଚିମବଙ୍ଗ ସରକାର କେନ୍ଦ୍ରର ଆଦେଶ ମାନି ରାଜ୍ୟରେ ଲକଡାଉନର ଅବଧି ବଢାଇବା ସହ ବିଭିନ୍ନ ଜୋନ ପାଇଁ ନିୟମାବଳୀ ଘୋଷଣା କରିଛନ୍ତି | ହେଲେ ପଶ୍ଚିମବଙ୍ଗରେ ନାଇଟ୍ କର୍ଫ୍ୟୁ ନିୟମ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | କିନ୍ତୁ ସନ୍ଧ୍ୟା ୭ଟା ପରେ ଲୋକମାନଙ୍କୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

Mamata writes to PM Modi, protests central govt team's visit to ...
Livemint

“ଆମେ ଆନୁଷ୍ଠାନିକ ଭାବରେ ନାଇଟ୍ କର୍ଫ୍ୟୁ ଘୋଷଣା କରିବୁ ନାହିଁ କାରଣ ଲୋକମାନେ ଏବେ ବହୁ ଚାପରେ ଅଛନ୍ତି। ଆମେ ସେମାନଙ୍କ ଦୁଃଖ ବଢାଇବାକୁ ଚାହୁଁନାହୁଁ | କିନ୍ତୁ ଆମେ ଲୋକଙ୍କୁ ଅନୁରୋଧ କରିବୁ ଯେ, ସନ୍ଧ୍ୟା ୭ରୁ ସକାଳ ୭ ଟା ମଧ୍ୟରେ ସେମାନେ ଘରୁ ବାହାରକୁ ନ ଯାଆନ୍ତୁ, ନଚେତ୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମେ ୨୭ରୁ ବଙ୍ଗଳାର ଅଣ-କଣ୍ଟେଣ୍ଟମେଣ୍ଟ ଜୋନରେ ହକରମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ବାନାର୍ଜୀ କହିଛନ୍ତି। ସେ କହିଛନ୍ତି ଯେ, ମେ ୨୭ରୁ ହକର, ସେଲୁନ୍ ଏବଂ ପାର୍ଲର ମାଲିକମାନଙ୍କୁ ସେମାନଙ୍କ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ |

ସମ୍ବନ୍ଧିତ ଖବର