ନୂଆଦିଲ୍ଲୀ: ଲୁଣ ଠାରୁ ଆରମ୍ଭ କରି ସଫ୍ଟଓୟାର୍ ଉତ୍ପାଦନ କରୁଥିବା ୧୦୦ ବିଲିୟନ୍ ଡଲାର୍ରୁ ଊର୍ଦ୍ଧ୍ୱ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ପଦରୁ ୨୦୧୬ରେ ସାଇରସ୍ ମିସ୍ତ୍ରୀଙ୍କୁ ବହିଷ୍କାର କରାଯାଇଥିବା ନିଷ୍ପତ୍ତିକୁ ଆଜି ସୁପ୍ରିମ୍ କୋର୍ଟ ସମର୍ଥନ କରିଛନ୍ତି। ଏହାଛଡ଼ା, ମିସ୍ତ୍ରୀଙ୍କୁ ପୁନର୍ବାର ଅଧ୍ୟକ୍ଷ ପଦରେ ଅବସ୍ଥାପନ କରିବା ନିମନ୍ତେ ‘କମ୍ପାନି ଲ’ ଟ୍ରାଇବୁନାଲ୍’ର ଆଦେଶକୁ ମଧ୍ୟ ସୁପ୍ରିମ୍ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।
Image Courtesy of Zee Newsପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଲେ, ସାଇରସ୍ ମିସ୍ତ୍ରୀଙ୍କୁ ଅପସାରଣ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍।
ଆଇନର ସମସ୍ତ ଧାରା ଟାଟା ଗ୍ରୁପ୍ ସପକ୍ଷରେ ଥିବା କଥା ମଧ୍ୟ ବିଚାରପତିମାନେ କହିଛନ୍ତି। ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େ, ବିଚାରପତି ଏଏସ୍ ବୋପାନ୍ନା ଏବଂ ଭି ରାମସୁବ୍ରମଣିୟାନ୍ଙ୍କୁ ନେଇ ଏହି ଖଣ୍ଡପୀଠ ଗଠିତ ହୋଇଥିଲା।
Image Courtesy of The Quintମିସ୍ତ୍ରୀଙ୍କୁ ଟାଟା ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପୁନଃ ନିଯୁକ୍ତି ଦିଆଯାଉ ବୋଲି ୨୦୧୯ ଡିସେମ୍ବର ୧୮ ତାରିଖରେ ‘ଦି ନ୍ୟାସ୍ନାଲ୍ କମ୍ପାନି ଲ’ ଅପିଲେଟ୍ ଟ୍ରାଇବୁନାଲ୍’ ଆଦେଶ ଦେଇଥିଲେ। ଉକ୍ତ ଆଦେଶକୁ ‘ଟାଟା ଗ୍ରୁପ୍’ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରିଥିଲା। ଡିସେମ୍ବର ୧୭ରେ ଏହାର ଶୁଣାଣି କରି ସୁପ୍ରିମ୍ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Supreme-Court-Decision-to-Support-Tata-Sons_Thumbnail.jpg)