ମୋଦୀଙ୍କ ଜିତିବା ଖୁସିରେ ଛୁରିରେ ଛାତି କାଟି ମୋଦୀ ଲେଖିଲେ ଯୁବକ

ମୋତିହାରି : ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଗୁରୁବାର ଆସିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପୁଳ ଭୋଟରେ ବିଜୟ ଲାଭ କରିବା ଦ୍ୱାରା ତାଙ୍କ ପ୍ରଶଂସକମାନେ ଏହି ଦିନଟିକୁ ଖୁସିର ସହ ପାଳନ କରୁଥିବା ଦେଖା ଯାଇଥିଲା । ତେବେ ଜଣେ ଯୁବକ ମୋଦୀଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଦେଖାଇବା ପାଇଁ ଯାହା କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଯୁବକ-ଯୁବତୀ ନିଜ ନିଜ ପ୍ରେମିକା ବା ପ୍ରେମିକଙ୍କ ନାଁ ନିଜ ଛାତି ବା ହାତରେ ଲେଖୁଥିବା ବେଳେ ବିହାରର ମୋତିହାରିରେ ଜଣେ ଯୁବକ ନିଜ ଛାତିରେ ମୋଦୀଙ୍କ ନାଁ ଲେଖିଥିବା ଦେଖା ଯାଇଛି । ଧାରୁଆ ଛୁରୀରେ ଯୁବକଜଣଙ୍କ ନିଜ ଛାତିରେ ମୋଦୀଙ୍କ ନାଁ ଲେଖିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବକଙ୍କ ନାଁ ସୋନୁ ପଟେଲ ବୋଲି ଜଣାପଡ଼ିଛି ।

Navbharat Times

ସୂଚନା ମୁତାବକ, ୨୩ରେ ଫଳାଫଳ ଆସିବା ପରେ ସୋନୁ ସମସ୍ତଙ୍କୁ ମିଠା ବାଣ୍ଟିଥିଲେ । କିନ୍ତୁ ବିଜେପିର ସଫଳତାକୁ ପାଳନ କରିବା ପାଇଁ ସୋନୁ କିଛି ଭିନ୍ନ କରିବାକୁ ଚାହୁଁଥିବାରୁ ଛୁରିରେ ନିଜ ଛାତି କାଟି ମୋଦୀଙ୍କ ନାଁ ଲେଖିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର