ପାଟନା: ନୂଆ ବିହାର କ୍ୟାବିନେଟ୍ର ୧୪ ଜଣ ମନ୍ତ୍ରୀ ଗତକାଲି ଶପଥ ନେବାପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ବିଭାଗ ବଣ୍ଟନ କରିଛନ୍ତି। ପ୍ରଥମ ଥର ପାଇଁ ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ନୂଆ ସରକାରରେ ୧୪ ଜଣ ମନ୍ତ୍ରୀ ଅଛନ୍ତି। ୭ ଜଣ ବିଜେପିର, ୫ ଜଣ ଜେଡିୟୁର ଏବଂ ହାମ୍ ଓ ଭିଆଇପି ଦଳରୁ ଜଣେ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି। ନୀତୀଶ ନିଜ ପାଖରେ ଗୃହ ବିଭାଗ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ବିଭାଗ ରଖିଛନ୍ତି। ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଅର୍ଥ ମନ୍ତ୍ରାଳୟ ସହ ପରିବେଶ ଏବଂ ଜଙ୍ଗଲ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ବିକାଶ ବିଭାଗ ପରି ପ୍ରମୁଖ ବିଭାଗର ଦାୟିତ୍ବ ମିଳିଛି। ଦ୍ବିତୀୟ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ପଞ୍ଚାୟତରାଜ ମନ୍ତ୍ରାଳୟ, ପଛୁଆ ଜାତି କଲ୍ୟାଣ ବିଭାଗର ଦାୟିତ୍ବ ମିଳିଛି।
ବିହାରରେ କ୍ଷମତା ବଣ୍ଟନ, ବିଜେପିକୁ ମିଳିଲା ପ୍ରମୁଖ ବିଭାଗ
/sambad/media/post_attachments/wp-content/uploads/2020/11/bjp-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)