ବିହାରରେ ଏନ୍‌ଡିଏର ବରିଷ୍ଠ ଅଂଶୀଦାର ହେବ ବିଜେପି, ନୀତୀଶଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ପାଟନା: ବିହାରରେ ମହାମେଣ୍ଟ ଏବଂ ଏନ୍‌ଡିଏ କଡ଼ା ଟକ୍କର ଦେଖିବାକୁ ମିଳିଛି। ଅନ୍ୟପ‌କ୍ଷେ ଏନ୍‌ଡିଏ ମଧ୍ୟରେ ବି କଡ଼ା ଲଢ଼େଇ ଆରମ୍ଭ ହୋଇଯାଇଛି। ଏନ୍‌ଡିଏ ମେଣ୍ଟରେ ବିଜେପି ଆଗରେ ରହିଛି। ଏନ୍‌ଡିଏରେ ବିଜେପି ୭୨ ଆସନରେ ଆଗୁ୍ଆ ଥିବାବେଳେ ଜେଡିୟୁ ମାତ୍ର ୪୫ଟି ଆସନରେ ଆଗୁଆ ରହିଛି। ବିହାରରେ ବିଜେପି ପ୍ରଥମ ଥର ପାଇଁ ଏନ୍‌ଡିଏର ଏକ ବରିଷ୍ଠ ଅଂଶୀଦାର ହେବାକୁ ଯାଉଛି। ଉଭୟ ବିଜେପି ଏବଂ ଜେଡିୟୁ ମଧ୍ୟରେ ୫୦:୫୦ ଆସନ ବୁଝାମଣା ହୋଇଥିଲା। ବିଜେପି ୧୨୧ ଆସନରେ ନିର୍ବାଚନ ଲଢ଼ିଥିବାବେଳେ ଜେଡିୟୁ ୧୨୨ଟିରେ ନିର୍ବାଚନ ଲଢ଼ିଛି। କିନ୍ତୁ ପ୍ରଥମ ଥର ପାଇଁ ବିହାରରେ ବିଜେପିର ଭୋଟ୍‌ ପ୍ରତିଶତ ବଢ଼ିଛି ଏବଂ ବିଜେପି ଜେଡିୟୁଠାରୁ ଆଗରେ ରହି ରାଜ୍ୟରେ ଏକକ ବଡ଼ ଦଳ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ୨୦୧୫ରେ ବି‌ଜେପି ଏବଂ ଜେଡିୟୁ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ। ଜେଡିୟୁ କଂଗ୍ରେସ ଏବଂ ଆର୍‌ଜେଡି ସହ ମେଣ୍ଟରେ ଥିବାବେଳେ ଏହା ୭୧ଟି ଆସନରେ ଜିତିଥିଲା। ଅନ୍ୟପକ୍ଷେ ବିଜେପି ୫୩ ଆସନରେ ଜିତିପାରିଥିଲା। ୨୦୧୦ରେ ଉଭୟ ଦଳ ମେଣ୍ଟରେ ଥିଲେ କିନ୍ତୁ ଜେଡିୟୁର ଆସନ ସଂଖ୍ୟା ଅଧିକ ଥିଲା। ନୀତୀଶଙ୍କ ନେତୃତ୍ବାଧୀନ ଜେଡିୟୁ ୨୦୧୦ରେ ୧୧୫ ଆସନରେ ଜିତିଥିବାବେଳେ ବିଜେପି ୯୧ ଆସନରେ ଜିତିପାରିଥିଲା।

ନୂଆଦିଲ୍ଲୀ : ନୀତୀଶ କୁମାର ପୁନର୍ବାର ବିହାର ମୁଖ୍ୟମନ୍ତ୍ରୀ ହେବାର ଆଶା ଏବେ ସମ୍ପୂର୍ଣ୍ଣ ନିର୍ଭର କରୁଛି ମେଣ୍ଟ ସହଯୋଗୀ ବିଜେପି ଉପରେ। ଚଳିତ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ଏକକ ବୃହତ୍ତମ ଦଳ ହେବାକୁ ଯାଉଛି। ନୀତୀଶଙ୍କ ନେତୃତ୍ବାଧୀନ ଜେଡିୟୁ ବିଜେପିଠୁ ପଛରେ ରହିଛି। ବିହାରରେ ବର୍ତ୍ତମାନ ସୁଦ୍ଧା ଆସିଥିବା ନିର୍ବାଚନ ଫଳରୁ ଜଣାପଡ଼ୁଛି ଯେ, ଲୋକେ ବର୍ତ୍ତମାନର ନୀତୀଶଙ୍କ ନେତୃତ୍ବାଧୀନ ସରକାରକୁ ବିରୋଧ କରୁଛନ୍ତି। ଚଳିତ ନିର୍ବାଚନରେ ମୋଦୀ ମ୍ୟାଜିକ୍‌ କାମ ଦେଇଥିଲେ ମଧ୍ୟ ଏହାର ଫାଇଦା ଜେଡିୟୁକୁ ମିଳିନାହିଁ। ତେବେ ପ୍ରଶ୍ନ ଉଠୁଛି ନୀତୀଶ କ’ଣ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବିଜେପିର ଜଣେ ବରିଷ୍ଠ ନେତା କୈଳାସ ବିଜୟବର୍ଗିୟ କହିଛନ୍ତି, ସନ୍ଧ୍ୟା ସୁଦ୍ଧା ଆମେ ସରକାର ଗଢ଼ିବା ଏବଂ ନେତୃତ୍ବ ନେବା ସଂକ୍ରାନ୍ତରେ ନିଷ୍ପତ୍ତିୁ ନେବୁ। ତେବେ କୈଳାଶ ବିଜୟବର୍ଗୀୟଙ୍କ ଏହି ବିବୃତିରୁ ଏହା ଜଣାପଡ଼ୁଛି ଯେ, ବିଜେପି ବିହାରରେ ସରକାର ମୁଖ୍ୟ ପାଇଁ ଜ‌ଣେ ନୂଆ ପ୍ରାର୍ଥୀଙ୍କୁ ବାଛିବା ନେଇ ଚିନ୍ତା କରିପାରେ। କିନ୍ତୁ ଅନ୍ୟ ଏକ ସୂତ୍ରରୁ ଏହା ଜଣାପଡ଼ିଛି ଯେ, ବିଜେପି ଏହାର ପ୍ରତିଶ୍ରୁତି ରକ୍ଷା କରିବ ଏବଂ ନୀତୀଶ କୁମାର ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

 

ସମ୍ବନ୍ଧିତ ଖବର