ପାଟନା: ଆସନ୍ତା ୨୮ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇ ନଭେମ୍ବର ୭ ତାରିଖରେ ଶେଷ ହେବ। ନଭେମ୍ବର ୧୦ରେ ଭୋଟ୍ ଫଳାଫଳ ପ୍ରକାଶ ପାଇବ। ଆଜି ପ୍ରକାଶ ପାଇଥିବା ଲୋକନିତି-ସିଏସ୍ଡିଏସ୍ ଜନମତ ସର୍ଭେ ଅନୁଯାୟୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପ୍ରିୟତା କମିଥିଲେ ମଧ୍ୟ ଏନ୍ଡିଏ ପୁଣି ଥରେ କ୍ଷମତାକୁ ଆସିବ ଏବଂ ମହାମେଣ୍ଟ ବିପର୍ଯ୍ୟୟର ସମ୍ମୁଖୀନ ହେବ। ରାଜ୍ୟରେ ଭୋଟ୍ ହେବାକୁ ଥିବା ୨୪୩ ଆସନରୁ ଏନ୍ଡିଏକୁ ୧୩୩ରୁ ୧୪୪ ଆସନ ମିଳିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମହାମେଣ୍ଟକୁ ୮୮-୯୮ ଆସନ, ଏଲ୍ଜେପିକୁ ୨ରୁ ୬ ଆସନ ଏବଂ ଅନ୍ୟମାନଙ୍କୁ ୬ରୁ ୧୦ ଆସନ ମିଳିବା ଅନୁମାନ କରାଯାଇଛି। ସର୍ଭେ ଅନୁଯାୟୀ ୩୧ ପ୍ରତିଶତ ଲୋକ ନୀତୀଶଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଅନ୍ୟପକ୍ଷରେ ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୨୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ତେବେ ସରକାରଙ୍କ କାମରେ ୫୨ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି ଏବଂ ୪୪ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି। ଏଲ୍ଜେପି ନେତା ଚିରାଗ୍ ପାଶ୍ବାନ୍ଙ୍କୁ ୫ ପ୍ରତିଶତ ଏବଂ ବିଜେପି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଛନ୍ତି।
ଲୋକନୀତି-ସିଏସଡିଏସ୍ ଜନମତ ସର୍ଭେ, ବିହାରରେ ପୁଣି ଏନ୍ଡିଏ ସରକାର!
ନୀତୀଶଙ୍କ ଲୋକପ୍ରିୟତା କମିଛି
/sambad/media/post_attachments/wp-content/uploads/2020/10/nda-in-bihar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)