ପାଟନା: ଆଜି ବିହାରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ। ୨.୮୬ କୋଟିରୁ ଅଧିକ ଭୋଟର ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟଫଳ ନିର୍ଦ୍ଧାରଣ କରିବେ। ୧୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୧୬ ଜଣ ପୁରୁଷ, ୧୪୬ ଜଣ ମହିଳା ଏବଂ ଜଣେ କିନ୍ନର ଅଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ଆସନରେ ଭୋଟ ଗ୍ରହଣ ହେବ ସେଗୁଡ଼ିକ ହେଉଛି ରାଘୋପୁର, ହାସନପୁର, ବାଙ୍କିପୁର, ବେଗୁସରାଇ, ଝାଂଝାରପୁର। ରାଘୋପୁରରେ ଆର୍ଜେଡିର ତେଜସ୍ବୀ ଯାଦବ ଏବଂ ବିଜେପିର ସତୀଶ କୁମାରଙ୍କ ମଧ୍ୟରେ ତୀବ୍ର ଲଢ଼େଇ ଦେଖିବାକୁ ମିଳିଥିବାବେଳେ ହାସନପୁରରେ ତେଜପ୍ରତାପ ଯାଦବ ଏବଂ ଜେଡିୟୁର ରାଜକୁମାର ରାୟ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ୪୬ ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ଜେଡିୟୁ ୪୩, ଭିଆଇପି (ବିକାଶଶୀଳ ଇନ୍ସାନ୍ ପାର୍ଟି) ୫ ଆସନରେ ନିର୍ବାଚନ ଲଢ଼ୁଛି। ବିରୋଧୀଙ୍କ ମଧ୍ୟରେ ଆର୍ଜେଡି ୫୬ ଆସନରେ ନିର୍ବାଚନ ଲଢ଼ୁଥିବାବେଳେ କଂଗ୍ରେସ ୨୪ ଆସନରେ ନିର୍ବାଚନ ଲଢ଼ୁଛି। ତେବେ ଅନ୍ୟ ଦଳମାନଙ୍କ ମଧ୍ୟରେ ଏଲ୍ଜେପି ୫୨ ଆସନ, ଆର୍ଏଲଏସ୍ପି ୩୬ ଆସନରେ ନିର୍ବାଚନ ଲଢ଼ୁଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏନ୍ଡିଏ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଏହି ପର୍ଯ୍ୟାୟରେ ୯୪ ଆସନରୁ ବିଜେପି ସର୍ବାଧିକ ୪୬ ଟି ଆସନରେ ନିର୍ବାଚନ ଲଢ଼ୁଛି। ବିଜେପିର ମେଣ୍ଟ ସହଯୋଗୀ ଭିଆଇପି ୫ଟି ଆସନରୁ ନିର୍ବାଚନ ଲଢ଼ୁଛି। ଉଭୟ ୫୧ଟିରେ ନିର୍ବାଚନ ଲଢ଼ୁଛନ୍ତି। ଜେଡିୟୁ ବାକି ୪୩ଟି ଆସନରେ ଲଢ଼ୁଛି।
ବିହାରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୯୪ ଆସନରେ ୧୪୬୩ ପ୍ରାର୍ଥୀ
/sambad/media/post_attachments/wp-content/uploads/2020/10/Election-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)