ବିଳାସପୁର (ଛତିଶଗଡ଼): ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଆଜି ଛତିଶଗଡ଼ରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଛତିଶଗଡ଼ ପାଲି- ତନ୍ଖର ବିଧାୟକ ରାମଦୟାଲ ଉକି ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ବିଳାସପୁର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଛତିଶଗଡ଼ର ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପସ୍ଥିତିରେ ରାମଦୟାଲ ଉକି କଂଗ୍ରେସ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଥିଲେ। ‘ଆଦିବାସୀ ନେତାମାନଙ୍କୁ କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷ ଅଣଦେଖା କରିବା ସହ ସେମାନଙ୍କୁ ଅବହେଳିତ କରି ରଖୁଛନ୍ତି’ ବୋଲି ରାମଦୟାଲ ଅଭିଯୋଗ କରିବା ସହ ଏହି କାରଣରୁ ସେ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେବାକୁ ବାଧ୍ୟ ହେଲେ ବୋଲି ଗଣମାଧ୍ୟମକୁ କହିଛନ୍ତି।
ଅନ୍ୟପକ୍ଷରେ ରାମଦୟାଲଙ୍କ ଏପ୍ରକାରର ଆଚରଣରେ କଂଗ୍ରେସ ଦଳ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ମଧ୍ୟ ଏସଂପର୍କରେ ଅଦ୍ୟାବଧି କୌଣସି ପ୍ରକାରର ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ କରିନାହିଁ।
ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ କଂଗ୍ରେସକୁ ବଡ଼ ଝଟକା; ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାମଦୟାଲ ଉକି ଯୋଗଦେଲେ ବିଜେପିରେ
/sambad/media/post_attachments/wp-content/uploads/2018/10/congress_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)