ଦ୍ୱନ୍ଦ୍ୱରେ ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା: ସଙ୍କଟରେ ଗୋଆ ବିଜେପିର ନେତୃତ୍ୱ!

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏଯାବତ୍‌ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଗତବର୍ଷ ମେଣ୍ଟକରି ସରକାରକୁ ଆସିଥିବା ଗୋଆ ବିଜେପି ଏବେ ରାଜନୈତିକ ସଙ୍କଟରେ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ପାରିକରଙ୍କ ଅନୁପସ୍ଥିତିରେ ଗୁରୁବାର ସଂସଦରେ ବଜେଟ ଉପସ୍ଥାପନ ହୋଇ ଜୁଲାଇରେ ହେବାକୁଥିବା ମୌସୁମୀ ଅଧିବେଶନରେ ଆଲୋଚନା ନିମନ୍ତେ ଅନ୍ତରୀଣ ମତ ପାରିତ କରାଯିବ ବୋଲି ଗୋଆ ବିଧାନସଭା ବାଚସ୍ପତି ପ୍ରମୋଦ ସାଓ୍ଵନ୍ତ କହିଛନ୍ତି। ସେଭଳି ପରିସ୍ଥିତି ନଉପୁଜିଲେ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଅନୁପସ୍ଥିତିରେ ବଜେଟ ଉପସ୍ଥାପନ କରାଯିବାର ନିୟମ ଭାରତୀୟ ସମ୍ବିଧାନରେ ନାହିଁ।

ତେଣୁ ବିଜେପିର ଏଭଳି ଦୋମୁହାଁ କଥାକୁ ନେଇ ରାଜ୍ୟର ରାଜନୈତିକ ପରିସ୍ଥିତି ସଙ୍କଟ ଆଡକୁ ଗତି କରୁଥିବା ରାଜନୈତିକ ବିଶ୍ଳେଷକ ମାନେ ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ବହୁମତ ନପାଇ ମଧ୍ୟ ମେଣ୍ଟ ସରକାର ଗଢିଥିବା ବିଜେପି ଏବେ ପାରିକରଙ୍କ ବଦଳରେ ଗୋଆ ଗାଦି ପାଇଁ ଦ୍ୱିତୀୟ ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଦେଲାଣି। ପାରକିରଙ୍କ ୧୨ ଜଣିଆ କ୍ୟାବିନେଟରେ ୫ଜଣ ବିଜେପି ନେତା ଥିବା ବେଳେ ୨ଜଣ ଏମ୍‌ଜିପି,୩ଜଣ ଗୋଆ ଫରଓ୍ଵାର୍ଡ ପାର୍ଟି ଓ ୨ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ସେପେଟ ବିଜେପିର ରାଜ୍ୟ ସଭାପତି ଥଥା ରାଜ୍ୟସଭା ସାଂସଦ ବିନୟ ତେନ୍ଦୁଲକର ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାଏକ୍‌ ବିଜେପିର ଏହି ଗାଦି ସମ୍ଭାଳିପାରନ୍ତି। ତେବେ ଶ୍ରୀ ନାଏକଙ୍କର ରାଜନୈତିକ କ୍ୟାରିୟର ସେତେଟା ଭଲ ନଥିବା ବେଳେ ତେନ୍ଦୁଲକରଙ୍କୁ ବିଜେପି ଗାଦି ସମ୍ଭାଳିବାକୁ ଦେବ ନାହିଁ। ତେବେ ପାରିକରଙ୍କ ବିନା ରାଜ୍ୟ ବିଜେପି ଅସ୍ତିତ୍ୱହୀନ ହୋଇଯାଉଥିବା ବେଳେ କିଭଳି ରାଜ୍ୟ ରାଜନୀତି କେଉଁମୋଡ ନେବ ତାହା ଅତିଶୀଘ୍ର ଜଣାପଡ଼ିବ ବୋଲି ଜଣେ କଂଗ୍ରେସ ବିଧାୟକ କହିଛନ୍ତି।

ସମ୍ବନ୍ଧିତ ଖବର