ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଦଳର ବିଜୟରେ ପାଇଲଟଙ୍କର ଚାହିଦା ଓ ଭୂମିକା ଗରୁତ୍ୱପୂର୍ଣ୍ଣ ଥିଲା ବୋଲି ଦଳର ବରିଷ୍ଠ ନେତା ରାଜୀବ ଶୁକ୍ଲା କହିଛନ୍ତି।
ଶ୍ରୀ ପାଇଲଟ୍ ହିମାଚଳ ରାଜ୍ୟ ପାଇଁ କଂଗ୍ରେସ ଦଳର ପ୍ରଭାରୀ ଥିଲେ, ଯେଉଁଠାରେ ଦଳ ତାଙ୍କ ନେତୃତ୍ୱରେ ପ୍ରଚାର ଅଭିଯାନ ଚଳାଇଥିଲା। ଅନ୍ୟପକ୍ଷରେ ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁଜୁରାଟ ନିର୍ବାଚନରେ କଂଗ୍ରେସର ଦାୟିତ୍ୱରେ ଥିଲେ, ଯେଉଁଠାରେ କଂଗ୍ରେସ ବିଜେପି ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬୮ ଟି ଆସନ ମଧ୍ୟରୁ ୩୯ ଟିରେ କଂଗ୍ରେସ ଆଗୁଆ ଅଛି। ହିମାଚଳର ବିଜେପି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପରାଜୟ ସ୍ୱୀକାର କରିସାରିଛନ୍ତି। ଅନ୍ୟପକ୍ଷରେ ଗୁଜରାଟରେ କଂଗ୍ରେସ ୨୦୧୭ରେ ଜିତିଥିବା ଏକ ଚତୁର୍ଥାଂଶରୁ କମ୍ ଆସନରେ ଆଗୁଆ ରହିଛି ଏବଂ ଗୁଜୁରାଟରେ କଂଗ୍ରେସର ପରାଜୟ ଅତ୍ୟନ୍ତ ଶୋଚନୀୟ ରହିଛି। ଏଣୁ ସଚିନ୍ ତାଙ୍କ ଦାୟିତ୍ୟରେ ସଫଳ ହୋଇଥିବା ବେଳେ ବିଫଳ ହୋଇଛନ୍ତି ଗେହେଲଟ୍। ଗେହେଲଟଙ୍କ ନେତୃତ୍ବରେ କଂଗ୍ରେସର ସ୍ଥିତି ନିମ୍ନଗାମୀ ହୋଇଥିବା ବେଳେ ସଚିନ୍ ହିମାଚଳରେ ଦଳକୁ କ୍ଷମତାକୁ ଆଣିଛନ୍ତି।
ଶ୍ରୀ ଶୁକ୍ଲା ଦର୍ଶାଇଛନ୍ତି ଯେ ବର୍ତ୍ତମାନ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା ଶ୍ରୀ ଗାନ୍ଧୀ ହିମାଚଳ ପ୍ରଚାର ଅଭିଯାନରେ ନିଜକୁ ସାମିଲ କରିନାହାନ୍ତି। କିନ୍ତୁ ସେ ତାଙ୍କ ଭଉଣୀ ତଥା ଦଳର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ହିମାଚଳ ପ୍ରଦେଶରେ ପ୍ରଚାର କରିବାକୁ ଅନୁମତି ଦେଇଥିଲେ ବୋଲି ଶ୍ରୀ ଶୁକ୍ଲା କହିଛନ୍ତି।
ହିମାଚଳରେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପଚରାଯିବାରୁ ସେ କହିଥିଲେ ଯେ ଦଳର ହାଇକମାଣ୍ଡ ଏବଂ ନୂତନ ବିଧାୟକମାନେ ଏହି ନିଷ୍ପତ୍ତି ନେବେ। ଏଥିପାଇଁ ଚଣ୍ଡିଗଡ଼ରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।
ହିମାଚଳରେ ସରକାର ଗଠନ ପାଇଁ ବିଜେପି ଦ୍ୱାରା ସମ୍ଭାବ୍ୟ ଘୋଡ଼ାବେପାରକୁ ଏଡାଇବା ପାଇଁ ଫଳାଫଳ ଆନୁଷ୍ଠାନିକ ଭାବରେ ଘୋଷଣା ହେବା ପୂର୍ବରୁ କଂଗ୍ରେସ ଏହାର ନବ ନିର୍ବାଚିତ ବିଧାୟକମାନଙ୍କୁ ଜଗିବାକୁ ଚେଷ୍ଟା କରୁଛି। ଶ୍ରୀ ଶୁକ୍ଲା ପୂର୍ବରୁ କହିଥିଲେ ଯେ ବିଧାୟକମାନଙ୍କୁ ସୁବିଧା ପାଇଁ ୯୦ କିଲୋମିଟର ଦୂର ଚଣ୍ଡିଗଡ଼କୁ ସ୍ଥାନାନ୍ତର କରାଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/5a.jpg)