ନୂଆଦିଲ୍ଲୀ: ପ୍ରତ୍ୟକ୍ଷ କରରେ ଅଧିକ ସଂସ୍କାର ଆଣିବା ପ୍ରସ୍ତାବ ରଖି ଆଜି ୨୦୨୨-୨୩ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ମହାଭାରତ’ର ‘ଶାନ୍ତି ପର୍ବ’ରୁ ଗୋଟିଏ ଶ୍ଳୋକ ଉଦ୍ଧୃତ କରି ଆବୃତ୍ତି କରିଥିଲେ।
ଅଭିଭାଷଣରେ ଟିକସ ସଂକ୍ରାନ୍ତରେ କହିବା ବେଳେ ସେ ମହାଭାରତ ଏହି ଶ୍ଳୋକଟି ଆବୃତ୍ତି କରିଥିଲେ। ସେ କହିଲେ, ମହାଭାରତରୁ ମୁଁ କ୍ଷୁଦ୍ର ଶ୍ଳୋକଟିଏ ଆଣିଛି। ଅଭିଭାଷଣରେ ଅଧିକ ଧ୍ୟାନ ଦେବାକୁ ଥିବାରୁ ମୁଁ ସମ୍ପୂର୍ଣ୍ଣ ଶ୍ଳୋକଟିକୁ ଆବୃତ୍ତି କରିବି ନାହିଁ।
/sambad/media/post_attachments/wp-content/uploads/2022/02/nirmala.jpg) Image Courtesy of Deccan Herald
 Image Courtesy of Deccan Heraldଶ୍ଳୋକର ସାରାଂଶ ହେଉଛି: ଟିକସ ସଂସ୍କାର କରିବା ସହ କଠୋରତା ପରିତ୍ୟାଗ କରି ଏବଂ ଧର୍ମଧାରାରେ ରାଷ୍ଟ୍ର ଶାସନ କରି ପ୍ରଜାଙ୍କ ମଙ୍ଗଳ ପାଇଁ ରାଜା ‘ଯୋଗ କ୍ଷେମ’ ବ୍ୟବସ୍ଥା କରିବା ଉଚିତ।
ଏଥିସହ ଅର୍ଥମନ୍ତ୍ରୀ ଅଧିକ ପ୍ରତ୍ୟକ୍ଷ କର ସଂସ୍କାର ପାଇଁ ପ୍ରସ୍ତାବ ରଖିଥିଲେ।
ଭାରତୀୟ ମହାକାବ୍ୟ ଅଠରଖଣ୍ଡ ମହାଭାରତରୁ ‘ଶାନ୍ତି ପର୍ବ’ ହେଉଛି ଦ୍ବାଦଶ ଖଣ୍ଡ। ମହାଭାରତ ଯୁଦ୍ଧର ଅବସାନ ପରେ ଉଭୟ ପକ୍ଷ ଶାନ୍ତି ସନ୍ଧି ଗ୍ରହଣ କରିବା ପରେ ଏବଂ ଯୁଧିଷ୍ଠିର ପାଣ୍ଡବ ରାଜ୍ୟ ଗ୍ରହଣ କରିବା ପରେ ଏହି କାହାଣୀ ଆରମ୍ଭ ହୋଇଛି। ମୁମୂର୍ଷୁ ଭୀଷ୍ମ ଏବଂ ଅନ୍ୟ ଋଷିମାନେ ଦେଇଥିବା ପରାମର୍ଶ ଯଥା:- ଶାସକଙ୍କର କର୍ତ୍ତବ୍ୟ, ଧର୍ମ ଏବଂ ଉତ୍ତମ ଶାସନ ପ୍ରସଙ୍ଗ ଶାନ୍ତି ପର୍ବରେ ରହିଛି। ଏହି ପର୍ବରେ ‘ଅନାହାର ସମୟରେ କ୍ଷୁଧାର୍ତ୍ତ ଏବଂ ନିରାମିଷାଶୀ ବିଶ୍ବାମିତ୍ରଙ୍କ ମାଂସ ଚୋରି’ ଏବଂ ‘ଫୁଲ ଓ ପାରାବତ’ ବୃତ୍ତାନ୍ତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/26443d3b-4fe6-4e27-92ff-b64d04c26f97.jpg)
