ଦିଲ୍ଲୀରେ ପ୍ରତ୍ୟେକ କୋଭିଡ୍‌ ସଂକ୍ରମିତ ବ୍ୟକ୍ତି ଆଉ ଦୁଇଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି: ଆଇଆଇଟି-ମାଡ୍ରାସ୍‌ ଅଧ୍ୟୟନ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତ୍ୟେକ କୋଭିଡ୍‌ ସଂକ୍ରମିତ ବ୍ୟକ୍ତି ଆଉ ଦୁଇଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ‘ଆଇଆଇଟି-ମାଡ୍ରାସ୍‌’ କରିଥିବା ବିଶ୍ଳେଷଣରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଜାତୀୟ ରାଜଧାନୀ ଦିଲ୍ଲୀରେ ‘ଆର୍‌-ଭ୍ୟାଲୁ’ (ରିପ୍ରଡକ୍ଟିଭ୍‌ ଭ୍ୟାଲୁ) ୨.୧ ଥିବା ରେକର୍ଡ କରାଯାଇଛି। ‘ଆର୍‌-ଭ୍ୟାଲୁ’ କୋଭିଡ୍‌-୧୯ ସଂକ୍ରମଣ ବିସ୍ତାରକୁ ସୂଚାଇଥାଏ। ଜଣେ ସଂକ୍ରମିତ ବ୍ୟକ୍ତି କେତେ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ ତାହା ‘ଆର୍‌-ଭ୍ୟାଲୁ’ରୁ ଜଣାପଡ଼େ। ଏହା ହ୍ରାସ ପାଇଲେ ମହାମାରୀର ଅବସାନ ଘଟେ ବୋଲି ବିଚାର କରାଯାଏ।

ପ୍ରଫେସର୍‌ ନୀଲେଶ ଏସ୍‌. ଉପାଧ୍ୟେୟ ଏବଂ ପ୍ରଫେସର୍‌ ଏସ୍‌. ସୁନ୍ଦରଙ୍କ ନେତୃତ୍ବରେ ‘ଆଇଆଇଟି-ମାଡ୍ରାସ୍‌’ର ‘ଡିପାର୍ଟମେଣ୍ଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସ୍‌’, ‘ସେଣ୍ଟର୍‌ ଅଫ୍‌ ଏସ୍‌କେଲେନ୍‌ସ୍‌ ଫର୍‌ କମ୍ପ୍ୟୁଟେସ୍‌ନାଲ୍‌ ମ୍ୟାଥ୍‌ମେଟିକ୍ସ୍‌ ଆଣ୍ଡ୍‌ ଡାଟା ସାଇନ୍‌ସ୍‌’ ଏହି ପ୍ରାରମ୍ଭିକ ଅନୁଶୀଳନ କରାଯାଇଥିଲା।

Image Courtesy of Deccan Herald

ଏହି ଅନୁଶୀଳନ ଅନୁସାରେ, ଚଳିତ ସପ୍ତାହରେ ଦିଲ୍ଲୀର ‘ଆର୍‌-ଭ୍ୟାଲୁ’ ୨.୧ରେ ରେକର୍ଡ କରାଯାଇଥିବା ବ‌େଳେ ଭାରତର ‘ଆର୍‌-ଭ୍ୟାଲୁ’ ୧.୩ ଥିବା ରେକର୍ଡ କରାଯାଇଛି।

ଏଥିଯୋଗୁଁ ଦିଲ୍ଲୀରେ ଚତୁର୍ଥ ଲହର ଆସିବ କି, ବୋଲି ପଚାରିବାରୁ ‘ଆଇଆଇଟି-ମାଡ୍ରାସ୍‌’ର ଗଣିତ ବିଭାଗର ସହକାରୀ ପ୍ରଧ୍ୟାପକ ଡକ୍ଟର୍‌ ଜୟନ୍ତ ଝା’ କହନ୍ତି, ଏବେଠୁ ଆଉ ଏକ ଲହର୍‌ର ଆରମ୍ଭ କଥା କହିବା ସମ୍ଭବ ନୁହେଁ। ଏବେ ଆମେ କେବଳ ଏତିକି କହିପାରିବୁ ଯେ, ପ୍ରତି ସଂକ୍ରମିତ ବ୍ୟକ୍ତି ଆଉ ଦୁଇଜଣଙ୍କୁ ସଂକ୍ରମିତ କରୁଛନ୍ତି। ଲହର ଆରମ୍ଭ ହୋଇଛି ବ‌ୋଲି ଘୋଷଣା କରିବାକୁ ଆମକୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଏବେ ଆମେ ରୋଗପ୍ରତିରୋଧକ ଅବସ୍ଥା ଜାଣିନାହାନ୍ତି। ଯେଉଁମାନେ ଜାନୁଆରିରେ ହୋଇଥିବା ୩ୟ ଲହରରେ ସଂକ୍ରମିତ ହୋଇଥିଲେ ସେମାନେ ପୁଣି ସଂକ୍ରମିତ ହେଉଛନ୍ତି କି, ନାହିଁ ଜଣାପଡ଼ି ନାହିଁ।

Image Courtesy of Tribune India

ମୁମ୍ବାଇ, ଚେନ୍ନାଇ ଏବଂ କୋଲ୍‌କାତା ଆଦି ଅନ୍ୟ ମେଟ୍ରୋ ନଗରୀରେ ସଂକ୍ରମଣ ହାର ଅତ୍ୟନ୍ତ କମ୍‌ ଥିବାରୁ ଲହର୍‌ ଆସୁଥିବା କଥା ଆକଳନ କରି ହେବନାହିଁ ବୋଲି ସ‌େ କହିଛନ୍ତି।

ସମ୍ବନ୍ଧିତ ଖବର