ଅହମ୍ମଦାବାଦ: ମଦ ନିଷିଦ୍ଧ ରାଜ୍ୟ ଗୁଜୁରାଟରୁ ବିଗତ ୨ ବର୍ଷ ମଧ୍ୟରେ ଜବତ ହୋଇଛି ୨୫୨ କୋଟି ଟଙ୍କାର ଉଭୟ ଚୋରା ବିଦେଶୀ ଓ ଦେଶୀ ମଦ। ଜବତ ହୋଇଥିବା ଚୋରା ବିଦେଶୀ ଓ ଦେଶୀ ମଦ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ୨୩୧ କୋଟି ଟଙ୍କାର ଭାରତରେ ପ୍ରସ୍ତୁତ ବିଦେଶୀ ମଦ, ୧୭.୭୯ କୋଟି ଟଙ୍କାର ବିଅର ଓ ୩.୧୨ କୋଟି ଟଙ୍କାର ଦେଶୀ ମଦ। ଗୁଜୁରାଟ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ।.

ଏହି ସବୁ ମଦକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜବତ କରାଯାଇଛି। ଏହି ତାଲିକାର ସର୍ବାଗ୍ରେ ରହିଛି ଅହମ୍ମଦାବାଦ ଜିଲ୍ଲା। ଏଠାରୁ ୨୫.୦୮ କୋଟିର ଚୋରା ମଦ ଜବତ ହୋଇଥିବା ବେଳେ ବନଶକଣ୍ଠ ଜିଲ୍ଲାରୁ ୨୨.୧୩ କୋଟି ଓ ଭଲସାଡ୍ ଜିଲ୍ଲାରୁ ୧୭.୧୫ କୋଟି ଚୋରାମଦ ଜବତ ହୋଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରୂପାନୀ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଗୁଜୁରାଟ ହେଉଛି ଏକ ମଦ ନିଷେଧ ରାଜ୍ୟ ଏଠାରେ ଉଭୟ ମଦ ପ୍ରସ୍ତୁତି ଓ ବିକ୍ରୟ ଉପରେ ନିଷେଧାଦେଶ ରହିଛି।