୫ ବର୍ଷରେ ୧୭୦ ବିଧାୟକ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି

ନୂଆଦିଲ୍ଲୀ: ୨୦୧୬ରୁ ୨୦୨୦ ମଧ୍ୟରେ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସର ୧୭୦ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ତେବେ ଏହି ସମୟ ମଧ୍ୟରେ ବିଜେପିର କେବଳ ୧୮ ଜଣ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥି‌ଲେ। ଏଡିଆର (ଆସୋସିଏସନ୍‌ ଫର୍‌ ଡିମୋକ୍ରାଟିକ୍‌ ରିଫର୍ମ‌୍‌ସ) ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୦୧୬ରୁ ୨୦ ମଧ୍ୟରେ ପୁନଃ ପ୍ରତିଦ୍ବନ୍ଦ୍ବିତା କରିଥିବା ୪୦୫ ବିଧାୟକଙ୍କ ମଧ୍ୟରୁ ୧୮୨ ଜଣ ବିଜେପିରେ ଯୋଗ ଦେଇଥିବା ବେଳେ ୩୮ ଜଣ କଂଗ୍ରେସ ଏବଂ ୨୫ ଜଣ ଟିଆରଏସ୍‌ରେ ଯୋଗ ଦେଇଛନ୍ତି। ତେବେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ୫ ଲୋକସଭା ବିଧାୟକ ବିଜେପି ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିଲେ।

ସେହିପରି ୭ ରାଜ୍ୟସଭା ସାଂସଦ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ କଂଗ୍ରେସର ଏତେ ସଂଖ୍ୟାରେ ବିଧାୟକ ଦଳ ଛାଡ଼ିବାରୁ ମଧ୍ୟପ୍ରଦେଶ, ମଣିପୁର, ଗୋଆ, ଅରୁଣାଚଳପ୍ରଦେଶ ଏବଂ କର୍ଣ୍ଣାଟକରେ ସରକାର ଭାଙ୍ଗି ଯାଇଛି। ସେହିପରି ଏହି ସମୟ ମଧ୍ୟ‌ରେ ପୁନଃ ନିର୍ବାଚିତ ହୋଇ ଦଳ ବଦଳାଇଥିବା ୧୬ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୧୦ ଜଣ ବିଜେପିରେ ଯୋଗ ଦେଇଥିବା ବେଳେ ଦଳ ବଦଳାଇଥିବା ୧୨ ଲୋକସଭା ସାଂସଦଙ୍କ ମଧ୍ୟରୁ ୫ ଜଣ କଂଗ୍ରେସରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର