ନୂଆଦିଲ୍ଲୀ: ଏଣିକି ବିମାନରେ ଯାତ୍ରା କରୁଥିବା ସମୟରେ ବିମାନ ଯାତ୍ରୀମାନଙ୍କୁ ବିମାନ ମଧ୍ୟରେ ମୋବାଇଲ ଫୋନ୍ରେ ବାର୍ତ୍ତାଳାପ କରିବା ସହ ଇଣ୍ଟରନେଟ୍ ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିବ। ଦେଶରେ ବିମାନ ସେବା ଯୋଗାଉଥିବା ସମସ୍ତ ଦେଶୀ ଓ ବିଦେଶୀ କମ୍ପାନି ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦେବେ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ଗତ ଡିସେମ୍ବର ୧୪ ତାରିଖରେ ସରକାର ଗ୍ରହଣ କରିଥିବା ଏହି ନିଷ୍ପତ୍ତି ଗେଜେଟ୍ ନୋଟିଫିକେସନ ଆକରରେ ପ୍ରକାଶ ପାଇବା ମାତ୍ରେ ହିଁ ଦେଶରେ ବିମାନ ସେବା ଯୋଗାଉଥିବା ସମସ୍ତ ଦେଶୀ ଓ ବିଦେଶୀ କମ୍ପାନି ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦେବେ ବୋଲି ଜାଣିବାକୁ ମିଳିଛି। ବିମାନେରେ ୩୦୦୦ ମିଟର ଉଚ୍ଚତାରେ ଉଡ଼ୁଥିବା ବେଳେ ମଧ୍ୟ ବିମାନ ଯାତ୍ରୀମାନେ ବିମାନ ମଧ୍ୟରେ ମୋବାଇଲ ଫୋନ୍ରେ ବାର୍ତ୍ତାଳାପ କରିବା ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।