ଗୋଆରେ ଅକ୍ସିଜେନ୍‌ ଅଭାବରୁ ପୁଣି ୧୫ ରୋଗୀ ମୃତ, ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପାନାଜୀ: ଗୋଆ ସରକାରୀ ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲରେ ଆଜି ସକାଳେ ଅକ୍ସିଜେନ୍‌ ଅଭାବରୁ ପୁଣି ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହା ପୂର୍ବରୁ ଗତ ୧୧ ତାରିଖ ରାତିରେ ଅକ୍ସିଜେନ୍‌ ଅଭାବରୁ ୨୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଆଜି ଅକ୍ସିଜେନ୍‌ ଅଭାବଜନିତ ମାମଲାର ଶୁଣାଣି କରି ଏ ବାବଦରେ କେନ୍ଦ୍ର ସରକାର ଯୁଦ୍ଧସ୍ତରରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ରାତି ୨ଟା ବେଳେ ହଠାତ୍‌ ଅକ୍ସିଜେନ୍‌ ଯୋଗାଣ କମିବା ପରେ ରୋଗୀଙ୍କ ପରିଜନମାନେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ହସ୍ପିଟାଲରେ ମାତ୍ର ୩ଟି ସିଲିଣ୍ଡର ଥିବା ଜଣେ ଡାକ୍ତର କହିଥିଲେ। ସମସ୍ତ ରୋଗୀଙ୍କ ମୃତ୍ୟୁ ରାତି ୨ଟା ୧୫ରୁ ସକାଳ ୬ଟା ମଧ୍ୟରେ ହୋଇଛି ଏବଂ ଏହା ଅକ୍ସିଜେନ୍‌ ଅଭାବରୁ ହୋଇଥିବା ସ୍ପଷ୍ଟ ହୋଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର