ସୁରତ: ମାତ୍ର ୧୦୦ ଘଣ୍ଟାର ଏକ ଶିଶୁପୁତ୍ରର ଅଙ୍ଗଦାନ ଯୋଗୁ ୪ ଜଣ ଶିଶୁ ଓ କିଶୋରଙ୍କ ଜୀବନରେ ନୂଆ ଆଶା ସଂଚାର ହୋଇଛି। ପିତାମାତା ଅନୁପ ଓ ବନ୍ଦନା ଠାକୁର ଏକ ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତିର ସମ୍ମୁଖୀନ ହୋଇଥିଲେ, କାରଣ ସେମାନଙ୍କର ପୂର୍ବ ସନ୍ତାନ ମୃତ ଜନ୍ମ ହୋଇଥିଲା। ତେବେ ପୁଅର ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ସେମାନେ ତା’ର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଅକ୍ଟୋବର ୨୩ ତାରିଖରେ ସନ୍ଧ୍ୟା ପ୍ରାୟ ୭ଟା ୫୦ରେ ଶିଶୁଟି ଜନ୍ମ ହୋଇଥିଲା। ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ଶୁକ୍ରବାର ରାତିରେ ତା’ର କିଡ୍‌ନି, କର୍ଣ୍ଣିଆ (ଆଖିର ସ୍ବଚ୍ଛପଟଳ) ଓ ପ୍ଳୀହା ସମେତ ଅଙ୍ଗ ସଂଗ୍ରହ କରାଯାଇଥିଲା। ଆଡିଆମଣ୍ଡ ୟୁନିଟ୍‌ର ଯୋଜନା ବିଭାଗର କର୍ମଚାରୀ ଅନୁପ ଠାକୁର ତାଙ୍କ ପତ୍ନୀଙ୍କୁ ସୋନୋଗ୍ରାଫି ପାଇଁ ନେଇଯାଇଥିବା ବେଳେ ଡାକ୍ତରମାନେ ପ୍ରସବ ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ।

publive-image
Reddit

ସିଜେରିଆନ୍ ଅସ୍ତ୍ରୋପଚାର କରାଯାଇଥିଲା। ଶିଶୁଟିର ସାଧାରଣ ହୃତ୍‌ସ୍ପନ୍ଦନର ମାତ୍ର ୧୫% ଥିଲା ଏବଂ ସେ ନିଶ୍ୱାସ ନେଇପାରୁ ନ ଥିଲା। ସେ କାନ୍ଦି ନ ଥିଲା ଏବଂ ତା’ ଶରୀରରେ କୌଣସି ଗତିବିଧି ନ ଥିଲା। ୪୮ ଘଣ୍ଟାର ପର୍ଯ୍ୟବେକ୍ଷଣ ପରେ ଡାକ୍ତର ଶିଶୁଟିକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ବୋଲି ଠାକୁର କହିଛନ୍ତି। ନିକଟରେ ଶିଶୁ ଅଙ୍ଗଦାନ ମାମଲା ବିଷୟରେ ଜାଣିଥିବାରୁ ଏହି ଦମ୍ପତି ନିଜ ପିତାମାତାଙ୍କ ସହ ପରାମର୍ଶ କରି ଏହାକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଜୀବନଦୀପ ଅଙ୍ଗଦାନ ଫାଉଣ୍ଡେସନର ଟ୍ରଷ୍ଟି ବିପୁଲ ତଲାଭିଆ କହିଛନ୍ତି, ଅତୀତର ଦୁଃଖଦ ଘଟଣା ସତ୍ତ୍ୱେ ସେମାନଙ୍କ ନିଃସ୍ୱାର୍ଥପର ଦୟା ଅନେକଙ୍କୁ ଆଶା ଓ ନୂତନ ଜୀବନ ପ୍ରଦାନ କରିଛି। ଏହି ନବଜାତ ଶିଶୁଟିର ଅଙ୍ଗଦାନ ଯୋଗୁ ଆଉ ଚାରିଜଣ ଶିଶୁ ଓ କିଶୋରଙ୍କର ଜୀବନ ବଞ୍ଚିଯାଇ ପାରିଛି।